ଆଜି ରାଜ୍ୟରେ ସୁସ୍ଥ ହେଲେ ୩୪୪୩ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜ୍ୟରେ ସୁସ୍ଥ ହେଲେ ୩୪୪୩ କରୋନା ଆକ୍ରାନ୍ତ। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୫୧ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ କଟକରୁ ୨୫୧, ମୟୂରଭଞ୍ଜରୁ ୨୧୩, ଭଦ୍ରକରୁ ୧୬୪, ଢେଙ୍କାନାଳରୁ ୧୬୧, ରାୟଗଡାରୁ ୧୫୪, ଗଞ୍ଜାମରୁ ୧୪୮, ଯାଜପୁରରୁ ୧୪୪, ବାଲେଶ୍ୱରରୁ ୧୩୭, ନୟାଗଡରୁ ୧୧୭, କୋରାପୁଟ ୧୧୦, ଜଗତସିଂହପୁରରୁ ୧୦୭, ପୁରୀରୁ ୧୦୫, ସମ୍ବଲପୁରରୁ ୧୦୦, ଝାରସୁଗୁଡାରୁ ୬୭, ମାଲକାନଗିରିରୁ ୬୪ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ବଲାଙ୍ଗୀରରୁ ୬୧, କେନ୍ଦ୍ରାପଡାରୁ ୬୧, ବରଗଡରୁ ୫୬, କେଉଁଝରରୁ ୫୪, ସୋନପୁରରୁ ୪୧, ସୁନ୍ଦରଗଡରୁ ୩୮, ନବରଙ୍ଗପୁରରୁ ୩୩, କନ୍ଧମାଳରୁ ୨୪, ଗଜପତିରୁ ୨୩, ନୂଆପଡାରୁ ୨୩, କଳାହାଣ୍ଡିରୁ ୧୨, ବୌଦ୍ଧରୁ ୧୧, ଦେବଗଡରୁ ୮ ଓ ଅନୁଗୋଳରୁ ୫ଜଣ ଆରୋଗ୍ୟ ଲାଭ କରିଛନ୍ତି ।