ଭୁବନେଶ୍ଵର: ଆଜି ରାଜ୍ୟରେ ୩୪୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ୩୪୪୩ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୦୧୭ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୧୪୨୬ ଜଣ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୧୯ ହଜାର ୧୧୯କୁ ବୃଦ୍ଧି ହୋଇଛି। ତେବେ ରାଜ୍ୟରେ ୩୬ ହଜାର ୭୪୩ ଜଣ ଚିକିତ୍ସିତ ହେଉଥିବା ବେଳେ ୧ ଲକ୍ଷ ୮୧ ହଜାର ୪୮୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
Covid-19 Report For 29th September
New Positive Cases: 3443
In quarantine: 2017
Local contacts: 1426(Details of local contacts will be shared by concerned Dist Administration)
District Wise Cases
1. Angul: 100
2. Balasore: 152
3. Bargarh: 111
4. Bhadrak: 95
5. Balangir: 114— I & PR Department, Odisha (@IPR_Odisha) September 30, 2020
ଖୋର୍ଦ୍ଧାରୁ ସର୍ବାଧିକ ୬୦୧ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୩୫୯ ଜଣ ଚିହ୍ନଟ ହୋଇଛନ୍ତି ସେହିପରି ଅନୁଗୁଳରୁ ୧୦୦, ବାଲେଶ୍ବରରୁ ୧୫୨, ଭଦ୍ରକରୁ ୯୫, ବଲାଙ୍ଗିରିରୁ ୧୧୪ ବୌଦ୍ଧରୁ ୧୦, ଦେବଗଡ଼ରୁ ୧୩, ଢେଙ୍କାନାଳରୁ ୪୭, ଗଜପତିରୁ ୧୮, ଗଞ୍ଜାମରୁ ୫୪, ଜଗତସିଂହପୁରରୁ ୭୮, ଯାଜପୁରରୁ ୧୩୦, ଝାରସୁଗୁଡାରୁ ୭୭, କଳାହାଣ୍ଡିରୁ ୭୬, କନ୍ଧମାଳରୁ ୧୦୩, କେନ୍ଦ୍ରାପଡାରୁ ୧୦୧, କେନ୍ଦୁଝରରୁ ୯୭, କୋରାପୁଟରୁ ୫୨, ମାଲକାନଗିରିରୁ ୨୯, ମୟୂରଭଞ୍ଜରୁ ୧୪୧, ନବରଙ୍ଗପୁରରୁ ୮୯, ନୟାଗଡରୁ ୮୮, ନୂଆପଡାରୁ ୮୭, ପୁରୀରୁ ୧୩୨, ରାୟଗଡାରୁ ୨୯, ସମ୍ବଲପୁରରୁ ୧୩୧, ସୋନପୁରରୁ ୯୪, ସୁନ୍ଦରଗଡରୁ ୮୧ ଏବଂ ଷ୍ଟେଟ ପିଲାରୁ ୧୫୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।