ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଜି ମୋଟ୍ ୩୪୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ୧୧୧ ଜଣ ସରକାରୀ ସଂଗରୋଧ ଓ ୨୩୧ଜଣ ସ୍ଥାନୀୟ ଅଂଚଳରୁ ଅଛନ୍ତି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ଭୁବନେଶ୍ୱରରୁ ଆଜି ୩୨୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
Update on newly detected #COVID19 cases in the last
24 hrs under the BMC area on 28th Sep 2020(till 9am).Further contact tracing is still continuing.
Primary contacts & nearby houses are being quarantined, sanitized & will be under active surveillance. pic.twitter.com/zxZZHlCiVe— BMC (@bmcbbsr) September 28, 2020
ସରକାରୀ ସଂଗରୋଧରୁ ଚିହ୍ନଟ କରୋନା ପଜିଟିଭ ବ୍ୟକ୍ତିମାନେ ପୂର୍ବରୁ ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ। ପଟିଆରୁ ୧୦ ଜଣ, ନୟାପଲ୍ଲୀରୁ ୭ ଜଣ, ଚନ୍ଦ୍ରଶେଖରପୁରରୁ ୬ ଜଣ, ଭିଏସଏସ ନଗରରୁ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସ୍ଥାନୀୟ ସଂକ୍ରମଣ ଯୋଗୁଁ ଆଜି ଚନ୍ଦ୍ରଶେଖରପୁରରୁ ୧୬ ଜଣ, ପଟିଆରୁ ୧୨ ଜଣ, ନୟାପଲ୍ଲୀରୁ ୯ ଜଣ, ଆଇଆରସି ଭିଲେଜରୁ ୮ ଜଣ, ନିଳାଦ୍ରୀ ବିହାର, ଝାରପଡ଼ା, ପାତ୍ରପଡାରୁ ୭-୭ ଜଣ, ଆଇଗଣିଆ, ବରମୁଣ୍ଡା, ଡୁମଡୁମାରୁ ୬ ଜଣ ଲେଖାଏଁ, ୟୁନିଟ-୮ରୁ ୬ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଖଣ୍ଡଗିରି, ଚକେଇସିହାଣୀ, କଳିଙ୍ଗନଗରରୁ ୪ ଜଣ ଲେଖାଏଁ, ସାଲିଆ ସାହି, କପିଳ ପ୍ରସାଦ, ସହିଦ ନଗରରୁ ୩-୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।