କାନ୍ଥ ଭୁଶୁଡ଼ି ୩୪ ମୃତ, ୩୦ରୁ ଅଧିକ ଆହତ: ପୀଡ଼ିତ ପରିବାରକୁ ୫ ଲକ୍ଷ ସହାୟତା ଘୋଷଣା

ମୁମ୍ୱାଇ: ବର୍ଷାରେ ବେହାଲ ହେଲା ଦେଶର ଆର୍ଥିକ ରାଜଧାନୀ ମୁମ୍ୱାଇ। ଦୁଇ ଦିନ ଧରି ଲଗାଣ ବର୍ଷାରେ ବେହାଲ୍ ହୋଇଛି ମାୟାନଗରୀ। ଖବର ଲେଖାହେବା ଯାଏ ବର୍ଷା କାରଣରୁ ୩୪ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ୩୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡିଛି । ମୁଖ୍ୟତଃ କାନ୍ଥ ଭୁଶୁଡି ପଡ଼ିବାରୁ ଏଭଳି ଅଭାବନୀୟ ଘଟଣା ଘଟିଛି। ଆହୁରି ଦୁଇ-ତିନି ଦିନ ଏଭଳି ଲଗାଣ ବର୍ଷା ହେବାର ସୂଚନା ଦେଇଛି ପାଣିପାଗ ବିଭାଗ। ଏହାକୁ ନଜରରେ ରଖି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ସିଂ ଫଡନାଭିସ ଆଜି ସ୍କୁଲ ଛୁଟି ଘୋଷଣା କରିଛନ୍ତି। ଅନ୍ୟପଟେ ପୀଡ଼ିତ ପରିବାରକୁ ୫ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି । ଏଥି ସହିତ ସେ ପୀଡ଼ିତ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି । ସେହିପରି ସରକାର ଆହତମାନଙ୍କୁ ମାଗଣାରେ ଚିକିତ୍ସା ଯୋଗଇବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।