ଭୁବନେଶ୍ୱର : ବିଶ୍ବ ମହିଳାଦିବସ ପ୍ରରିପ୍ରେକ୍ଷୀରେ ସ୍ଥାନୀୟ ଇଡକଲ ଅଡିଟୋରିୟମରେ ‘ଚମ୍ପିୟାନସ ଅଫ ଚେଞ୍ଜ ‘ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ‘ସ୍ବର ‘ ର ଆବାହକ ଚନ୍ଦନା ଦାସ କାର୍ଯକ୍ରମ ସଂଯୋଜନା କରିଥିବା ବେଳେ ମୁଖ୍ଯ ଅତିଥି ଭାବେ ଡିସିପିସାଗରିକା ନାଥ, ସମାଜସେବୀ ତଥା ପଦ୍ମଶ୍ରୀ ସାବରମତୀ , ରାଷ୍ଟ୍ରପତି ଙ୍କ ନିକଟରୁ ସ୍ତ୍ରୀ ଶକ୍ତି ପୁରସ୍କାର ଗ୍ରହଣ କରିଥିବା ଉର୍ମିଳା ବାଲଆପ୍ତେ, ଭାରତୀୟ ସ୍ତ୍ରୀ ଶକ୍ତିର ସଭାନେତ୍ରୀ କେ ଜୟଶ୍ରୀ ଯୋଗ ଦେଇଥିଲେ। ମହିଳାଙ୍କ ବିକାଶରେ ଅନ୍ୟ ମହିଳା ଙ୍କ ଯେତିକି ଭୂମିକୁ ରହିଛି ତା ଠାରୁ ଅଧିକା ଭୂମିକା ରହିଛି ଜଣେ ପୁରୁଷଙ୍କର। ପ୍ରତ୍ୟେକ ମନୁଷ୍ଯ ଜଣେ ଜଣେ ପରିବର୍ତ୍ତନ ର ବାର୍ତ୍ତାବହ। ଝିଅ ମାନେ ମଧ୍ଯ ସମବେଦନା ବା ଦୟା ନୁହଁ ଏକାଭଳି ସବୁ ପରିସ୍ଥିତି କୁ ସାହାସର ସହ ସାମନା କରିବା ଆବଶ୍ଯକ ବୋଲି କହିଥିଲେ ଡିସିପି ସାଗରିକା ନାଥ।
ସେହିପରି ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ସାବରମତୀ କହିଲେ ମହିଳା ମାନେ ପ୍ରୁଥିବୀର ପ୍ରଥମ ଚାଷୀ। ଏବେ ବି ଚାଷ କରି ମହିଳା ଲୋକଙ୍କ ମୁହଁ କୁ ଦାନା ଯୋଗାଉଛନ୍ତି। କିନ୍ତୁ ପୁରୁଷ ଙ୍କ ଭଳି ସମ୍ମାନ ବା ଓ ପାଉଣା ପାଉନାହନ୍ତି। ଏସବୁ ବିଚାର କରି ପରିବର୍ତ୍ତନ ପାଇଁ ସ୍ବର ଉତ୍ତୋଳନର ଆବଶ୍ଯକତା ରହିଛି। ଭାରତୀୟ ସ୍ତ୍ରୀ ଶକ୍ତି ର ସଭାପତି କେ ଜୟଶ୍ରୀମହିଳାଙ୍କ ଉପରେ ଅତ୍ୟାଚାର ଏକ ସାଧାରଣ କଥା ହୋଇ ଗଲାଣି। ମହିଳା ଙ୍କ ସମସ୍ୟା କେବଳ ମହିଳାଙ୍କ ନୁହଁ ବରଂ ପୂରା ସମାଜର। ପରିବର୍ତ୍ତନ ନିତାନ୍ତ ଆବଶ୍ଯକ। ନାରୀ ପୁରସ୍କାର ବିଜେତା ତଥା ବିଏସଏସ ଆବାହକ ଶ୍ରୀମତୀ ଉର୍ମିଳା ଆପ୍ତେ କହିଲେ ପୁରୁଷ ଓ ମହିଳା ମୂଦ୍ରାର ଦୁଇପାର୍ଶ୍ଵ ଭଳି। ଜଣଙ୍କ ବିନା ସହଯୋଗ ରେ ଆଉଜଣେ ନିଷ୍କ୍ରିୟ। ଏକକୀ ମହିଳା ସଶକ୍ତ ନୁହଁ, ବରଂ ମିଶିକରି ଆମେ ସମାଜର ପରିବର୍ତ୍ତନ ସମ୍ଭବ ବୋଲି ସେ କହିଥିଲେ। । ଅନ୍ୟମାନଙ୍କ ମଧ୍ୟରେ କ୍ରିଷ୍ଣା ଅଗ୍ରଓ୍ୱାଲ,ସୁଜାତା ପାଢୀ ସ୍ନେହା ଅଗ୍ରଓ୍ୱାଲ, ମନ୍ଦିରା ଦାସ ଗୁପ୍ତା, ସୁନୀତା ଅଗ୍ରଓ୍ୱାଲ , ଶୁଭଶ୍ରୀ ପ୍ରମୁଖ କାର୍ୟ୍ଯ କ୍ରମ ପରିଚାଳନାରେ ସହଯୋଗ କରିଥିଲେ।