ଆଜି ରାଜ୍ୟରେ ସୁସ୍ଥ ହେଲେ ୩୩୮୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ ଆଜି ଆଉ ୩୩୮୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହା ସହିତ ରାଜ୍ୟରେ ଏପର୍ଯ୍ୟନ୍ତ ପ୍ରାୟ ୧ ଲକ୍ଷ ୨୨ ହଜାର ୦୨୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେଣି ।


ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଜାରି ତଥ୍ୟ ଅନୁସାରେ ସୁସ୍ଥ ହୋଇଥିବା ୩୩୮୨ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୦୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କଟକରୁ ୩୪୪ ଜଣ, ବରଗଡ଼ରୁ ୨୬୨ ଜଣ ଓ ଯାଜପୁରରୁ ୧୭୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୟୁରଭଞ୍ଜରେ ୧୭୫ ଜଣ,ଭଦ୍ରକର ୧୬୭ ଜଣ, ବାଲେଶ୍ୱର ୧୫୬, ଢେଙ୍କାନାଳ ୧୪୬,ପୁରୀ ୧୧୨, ଜଗତସିଂହପୁରର ୧୦୨ ଓ ରାୟଗଡ଼ାର ୯୫ ଜଣ ସୁସ୍ଥ ହୋଇଛନ୍ତି ।

ସେହିପରି ଗଞ୍ଜାମ ଓ ସମ୍ବଲପୁରରୁ ୯୪ ଲେଖାଏଁ, ଅନୁଗୁଳରୁ ୯୧, ନୟାଗଡ଼ ଓ ସୋନପୁରରୁ ୯୦ ଲେଖାଏଁ, ବଲାଙ୍ଗୀରରୁ ୮୦, ନବରଙ୍ଗପୁର ଓ ସୁନ୍ଦରଗଡ଼ରୁ ୭୦ ଲେଖାଏଁ, ଝାରସୁଗୁଡ଼ାରୁ ୬୮, କେନ୍ଦ୍ରାପଡ଼ା ଓ କୋରାପୁଟରୁ ୬୪ ଲେଖାଏଁ, କେନ୍ଦୁଝରରୁ ୫୧, କନ୍ଧମାଳରୁ ୪୫, ନୂଆପଡ଼ାରୁ ୪୦, କଳାହାଣ୍ଡିରୁ ୩୯ ଓ ଗଜପତିରୁ ୨୯, ବୌଦ୍ଧରୁ ୨୭, ମାଲକାନଗିରିରୁ ୨୫ ଓ ଦେବଗଡ଼ରୁ ୧୨ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।