ପକ୍କାଘର ଯୋଗ୍ୟତା କାର୍ଡ ଅଧିକାର ପତ୍ର ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ପ୍ରତ୍ୟେକ ନାଗରିକର ମୁଣ୍ଡ ଉପରେ ଖଣ୍ଡେ ଭଲ ଛାତ ଥାଉ ଏହା ଥିଲା ଜନନାୟକ ବିଜୁବାବୁଙ୍କ ଅଭିଳାଷ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପକ୍କାଘର ହିତାଧୀକାରୀ ମାନଙ୍କୁ ଯୋଗ୍ୟତା କାର୍ଡ ୍‌ଧିକାର ପତ୍ର ବମ୍‌ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକସେବା ଭବନର ସମ୍ମଳନୀ କକ୍ଷରେ ଆୟୋଜିତ ପଞ୍ଚାୟତରାଜ ଦିବସ ଉତ୍ସବରେ ମୁଖ୍ୟମନ୍ତ୍ରୀ ଏହି କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ଗ୍ରାମାଞ୍ଚଳର ଯୋଗ୍ୟ ୨୦ ଲକ୍ଷ ପରିବାରଙ୍କୁ ପକ୍କାଘର ଯୋଗ୍ୟତା କାର୍ଡ ଅଧିକାର ପତ୍ର ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଯେଉଁମାନଙ୍କୁ ପ୍ରାଥମିକତା ଭିତ୍ତିରେ ପର୍ଯ୍ୟାୟକ୍ରମେ ପକ୍କାଘର ଯୋଗାଇ ଦିଆଯିବ । ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ୯ ଜଣ ହିତାଧିକାରୀଙ୍କୁ ପକ୍କାଘର ଯୋଗ୍ୟତା କାର୍ଡ ଅଧିକାର ପତ୍ର ବଣ୍ଟନ କରିଥିଲେ ।

ରାଜ୍ୟର ଗ୍ରାମାଞ୍ଚଳରେ କଚ୍ଚା ଘରେ ବାସ କରୁଥିବା ୨୫ ଲକ୍ଷ ପରିବାରଙ୍କୁ ଇତି ମଧ୍ୟରେ ପକ୍କାଘର ଯୋଗାଇ ଦେଇ ଉଲ୍ଲେଖନୀୟ ସଫଳତା ହାସଲ କରାଯାଇଛି । ରାଜ୍ୟସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳନ ଅବସରରେ ଏହି ସଫଳତାକୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି,  ଗ୍ରାମାଞ୍ଚଳ ରହୁଥିବା ପ୍ରତ୍ୟେକ ନାଗରିକର ମୁଣ୍ଡ ଉପରେ ଖଣ୍ଡେ ଭଲ ଛାତ ଥାଉ ଏହା ଥିଲା ଜନନାୟକ ବିଜୁବାବୁଙ୍କ ଅଭିଳାଷ । ଏହାକୁ ପୂରଣ କରିବା ପାଇଁ ରାଜ୍ୟ ସରକାର ସର୍ବାଧିକ ପ୍ରାଥମିକତା ଦେଇ ରାଜ୍ୟକୁ କଚ୍ଚାଘର ମୁକ୍ତ କରିବା ଲକ୍ଷ୍ୟରେ ଉଦ୍ୟମ ଆରମ୍ଭ କରିଛନ୍ତି ।

ଏହି ଅବସରରେ ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା ୫-ଟି ପ୍ରୟାସ ଅନ୍ତର୍ଗତ ମୁଖ୍ୟମନ୍ତ୍ରୀ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଅନ୍‌ଲାଇନ୍‌ କେସ୍ ରେକର୍ଡ ପରିଚାଳନା ଏବଂ ଆମ ଘର ମୋବାଇଲ ଆପ୍‌ର ଶୁଭାରମ୍ଭ କରିଥିଲେ । ଏହି ଅନ୍‌ଲାଇନ୍‌ କେସ୍ ରେକର୍ଡ ପରିଚାଳନା ମାଧ୍ୟମରେ ହିତାଧିକାରୀମାନେ ବ୍ୟକ୍ତିଗତ ଭାବରେ ଗ୍ରାମୀଣ ବାସଗୃହ ଯୋଗାଣ ସମ୍ପର୍କିତ ସମସ୍ତ ତଥ୍ୟ ପାଇପାରିବେ । ପୁନଶ୍ଚ ଆମ ଘର ମୋବାଇଲ୍‌ ଆପ୍ ମାଧ୍ୟମରେ ଗୃହ ନିର୍ମାଣ ନିମନ୍ତେ ଥିବା ବିଭିନ୍ନ ଥିବା ବିଭିନ୍ନ କିସ୍ତି ଗୁଡ଼ିକର ପ୍ରକ୍ରିୟା ଏବଂ ଫଟୋ ଅପ୍‌ଲୋଡ୍‌  କରାଯାଇପାରିବ । ଆଜିର ଏହି ଉତ୍ସବ ପାଳନ ଅବସରରେ ଗ୍ରାମୀଣ ବାସଗୃହ ଯୋଜନାରେ ରାଜ୍ୟରେ ଉପକୃତ ହୋଇଥିବା ଯୋଗ୍ୟ ହିତାଧିକାରୀଙ୍କ ୨୧ଟି ଅନନ୍ୟ ସଫଳ କାହାଣୀକୁ ନେଇ ସଂକଳନ ହୋଇଥିବା A Coffe Table Book ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଥିଲା ।

ପ୍ରତ୍ୟେକ ନାଗରିକର ମୁଣ୍ଡ ଉପରେ ଖଣ୍ଡେ ଭଲ ଛାତ ଥାଉ ଏହା ଥିଲା ଜନନାୟକ ବିଜୁବାବୁଙ୍କ ଅଭିଳାଷ : ମୁଖ୍ୟମନ୍ତ୍ରୀ

ସମସ୍ତଙ୍କ ପାଇଁ ପକ୍କା ଘର ଥିଲା ବିଜୁ ବାବୁଙ୍କ ସ୍ୱପ୍ନ ଥିଲା ।  ଆଉ ଏହି ଦିଗରେ ଅନେକ ବାଟ ଆଗେଇଛି ରାଜ୍ୟ । ଏ ପର୍ଯ୍ୟନ୍ତ ୨୫ ଲକ୍ଷ ହତିାଧିକାରୀଙ୍କୁ ପକ୍କା ଘର ଦିଆଯାଇଛି । ଆଗାମୀ ୪ ବର୍ଷ ଭିତରେ ଆଉ ୨୦ ଲକ୍ଷ ପକ୍କା ଘର ଯୋଗାଇ ଦେବା ପାଇଁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହିତ ବିଜୁ ବାବୁଙ୍କ ଜୟନ୍ତୀ ଅବସରରେ ୨୦ ଲକ୍ଷ ପକ୍କା ଘର ପାଇଁ ହିତାଧିକାରୀଙ୍କୁ ପକ୍କା ଘର ଯୋଗ୍ୟତା କାର୍ଡ ବଣ୍ଟନ କାର୍ଯ୍ୟ ଆରମ୍ଭ କରି ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସେ ଆହୁରି କହିଛନ୍ତି, ମୋ ସରକାର କଥାରେ ନୁହେଁ, କାମରେ ବିଶ୍ୱାସ କରେ । ପକ୍କା ଘର ଯୋଗ୍ୟତା କାର୍ଡ ପାଇଁ ସମସ୍ତଙ୍କୁ ମୋର ଶୁଭେଚ୍ଛା । ମୋର ବିଶ୍ୱାସ , ଆପଣମାନେ ଠିକ୍ ସମୟରେ ଘର ତିଆରି କରିବେ ଏବଂ ଓଡ଼ିଶାର ସବୁ କଚ୍ଛା ଘରକୁ ପକ୍କା କରିବା ପାଇଁ ସରକାରଙ୍କ ଉଦ୍ୟମରେ ସହଯୋଗ କରିବେ ।

ପଞ୍ଚାୟତିରାଜ ବ୍ୟବସ୍ଥାକୁ ଶକ୍ତିଶାଳୀ କରିବା ପାଇଁ ମୋ ସରକାର ବିଭିନ୍ନ ପଦକ୍ଷେପ ନେଇଛି । ଗଣତନ୍ତ୍ରରେ ଲୋକ ହିଁ ଶ୍ରେଷ୍ଠ । ସାଧାରଣ ଲୋକ ହିଁ ମାଲିକ । ବିଜୁ ବାବୁ ସବୁବେଳେ ସାଧାରଣ ଲୋକର ହକ୍‌କୁ ଗୁରୁତ୍ୱ ଦେଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହିତ ମାର୍ଚ୍ଚ ୫ ତାରିଖକୁ ପଞ୍ଚାୟତିରାଜ ଓ ଲୋକସେବା ଦିବସଭାବରେ ପାଳନ କରାଯିବ ବୋଲି ଘୋଷଣା କରିଛନ୍ତି ।

ସମାରୋହରେ ଯୋଗଦେଇଥିବା ମାନ୍ୟବର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକ ସଶକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଗୁରୁତ୍ୱ ଦେଇଥିଲେ ।

ଯୋଜନା ଓ ସମନ୍ୱୟ ବିଭାଗ ମନ୍ତ୍ରୀ ପଦ୍ମନାଭ ବେହେରା ସରକାରଙ୍କ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ଉତ୍ତମ ସେବା ପ୍ରଦାନ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ପଞ୍ଚାୟତିରାଜ ବ୍ୟବସ୍ଥାକୁ ସଶକ୍ତ ନିମନ୍ତେ ରାଜ୍ୟ ସରକାର ୪ଟି ବିଭାଗ ଯଥା ବିଦ୍ୟାଳୟ ଓ ଗଣଶିକ୍ଷା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ଚିକିତ୍ସାଳୟ, ଅଙ୍ଗନଓ୍ୱାଡି କେନ୍ଦ୍ରର ନିର୍ମାଣ ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ଏଣିକି ତ୍ରିସ୍ତରୀୟ ପଞ୍ଚାୟତିରାଜ ଅନୁଷ୍ଠାନ ଦ୍ୱାରା କରାଯିବ । ଏଥିପାଇଁ ଆଜିର ପବିତ୍ର ଦିବସରେ ସମ୍ପୃକ୍ତ ବିଭାଗଗୁଡ଼ିକ ସହ ଆମ ବିଭାଗର ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା ।

ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ଦ୍ୱାରା ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଥିବା ଏହି ରାଜ୍ୟସ୍ତରୀୟ ପଞ୍ଚାୟତିରାଜ ଦିବସ ଉତ୍ସବରେ ମୁଖ୍ୟମନ୍ତ୍ରୀ, ବାଚସ୍ପତି, ଅର୍ଥମନ୍ତ୍ରୀ , ଯୋଜନା ଓ ସମନ୍ୱୟ ମନ୍ତ୍ରୀ, ରାଜ୍ୟ ମନ୍ତ୍ରିମଣ୍ଡଳର ଅନନ୍ୟ ସଦସ୍ୟ ବୃନ୍ଦ, ମାନ୍ୟବର ସାଂସଦ ବୃନ୍ଦ, ମାନ୍ୟବର ବିଧାୟକ ବୃନ୍ଦ, ମୁଖ୍ୟ ଶାସନ ସଚିବ, ବିଭାଗୀୟ ଶାସନ ସଚିବ ବୃନ୍ଦ ଏବଂ ଅନ୍ୟାନ୍ୟ ସରକାରୀ ପଦାଧିକାରୀ ଉପସ୍ଥିତ ଥିଲେ ।

ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ସମାରୋହରେ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ଦେଓରଞ୍ଜନ କୁମାର ସିଂହ ସମାରୋହରେ ଉପସ୍ଥିତ ଥିବା ସମସ୍ତ ବରେଣ୍ୟ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରି କରିଥିଲେ ।