ଆଜି ରାଜ୍ୟରେ ସର୍ବାଧିକ ସୁସ୍ଥ ହେଲେ ୩୩୪୩ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରୁ ସର୍ବାଧିକ ୩୩୪୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବଭାଗ ପକ୍ଷରୁ ଟୁଇଟ ଜରିଆରେ ଦିଆଯାଇଥିବା ସୂଚନା ଅନୁସାରେ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୬୨ ହଜାର ୮୧୩ରେ ପହଞ୍ଚିଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲାରୁ ଆଜି ସର୍ବାଧିକ ୭୩୨ ଜଣ ସୁସ୍ଥ ହୋଇଛନ୍ତି। ସୁନ୍ଦରଗଡ଼ରୁ ୨୬୧ ଜଣ, ଭଦ୍ରକରୁ ୨୪୫ ଜଣ, ଗଂଜାମରୁ ୨୩୮ ଜଣ, ରାୟଗଡ଼ାରୁ ୨୧୭ ଜଣ, କଟକରୁ ୧୮୧ ଜଣ, ବାଲେଶ୍ୱରରୁ ୧୫୫ ଜଣ, ସମ୍ବଲପୁରରୁ ୧୨୭ ଜଣ, କୋରାପୁଟରୁ ୧୧୯ ଜଣ, ମୟୂରଭଂଜରୁ ୧୧୨ ଜଣ ଓ ସୋନପୁରରୁ ୧୦୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ବୌଦ୍ଧ ଜିଲ୍ଲାରୁ ୮୪ ଜଣ, ବରଗଡ଼ରୁ ୭୮ ଜଣ, କନ୍ଧମାଳରୁ ୬୮ ଜଣ, ବଲାଙ୍ଗୀରରୁ ୬୫ ଜଣ, ନୟାଗଡ଼ରୁ ୬୦ ଜଣ, କଳାହାଣ୍ଡିରୁ ୫୬ ଜଣ, ମାଲକାନଗିରିରୁ ୫୪ ଜଣ, ଢେଙ୍କାନାଳ ୪୯ ଜଣ, ନବରଙ୍ଗପୁରରୁ ୩୬, କେନ୍ଦୁଝରରୁ ୩୪ ଜଣ, ଯାଜପୁରରୁ ୩୨ ଜଣ, ଗଜପତିରୁ ୨୭ ଜଣ, ଅନୁଗୁଳରୁ ୨୨ ଜଣ, ଝାରସୁଗୁଡ଼ାରୁ ୨୦ ଜଣ, କେନ୍ଦ୍ରାପଡ଼ାରୁ ୧୯ ଜଣ, ଜଗତସିଂହପୁରରୁ ୧୬ ଜଣ, ନୂଆପଡ଼ାରୁ ୧୧ ଜଣ ଓ ଦେବଗଡ଼ରୁ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।