କାଲି ଅମିତ ଶାହଙ୍କ ଓଡିଶା ଗସ୍ତ, ସିଏଏ ସପକ୍ଷ ସଭାରେ ଦେବେ ଉଦବୋଧନ

ଅମିତଶାହଙ୍କ ଗସ୍ତକୁ ନେଇ ରାଜନୈତିକ ବୟାନ ବାଜି

ଭୁବନେଶ୍ବର :  କାଲିଠୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାଙ୍କ ଦୁଇ ଦୁନିଆ ଓଡିଶା ଗସ୍ତ ।ପୂର୍ବାଞ୍ଚଳ ରାଜ୍ୟ ମାନଙ୍କ ବୌଠକରେ ଯୋଗଦେବା ସହ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବେ ଅମିତ ଶାହ। ଜନତା ମଇଦାନରେ ଦଳର ସିଏଏ ସପକ୍ଷ ସମାବେଶରେ ଯୋଗଦେଇ ଦଳୀୟ କର୍ମୀଙ୍କୁ ଉଦବୋଧନ ଦେବେ ଅମିତ ଶାହ । ଏହା ସହ ସଂଧ୍ୟାରେ ଦଳର କର୍ମକର୍ତ୍ତାକୁ କଣ୍ଣ ମନ୍ତ୍ର ଦେବେ ଅମିତ । ସେପଟେ ଅମିତଙ୍କ ଗସ୍ତକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନ ବାଜି , ଯାହାର ଜବାବ ରଖଇଛି ବିଜେପି ।

ଓଡିଶାରେ ସିଏ  ସପକ୍ଷରେ ବର୍ଷିବେ ଅମିତ ଶାହ । ସିଏକୁ ନେଇ ହଟାଇବେ ଲୋକଙ୍କ ଦ୍ବନ୍ଦ । କାଲି ଜନତା ମଇଦାନରେ ବିଜେପିର ସିଏ ସପକ୍ଷରେ ଦଳୀୟ ସମାବେଶରେ ଦେବେ ଉଦବୋଧନ ।ଏହା ସହ ଦଳୀୟ କର୍ମୀଙ୍କ କାନରେ ଫୁଙ୍କିବେ ମନ୍ତ୍ର । ସଂଗଠନ ସଂରଚନା  ନେଇ ଦଳୀୟ କର୍ମୀଙ୍କ ସହ କରିବେ ଆଲୋଚନା ।ଏଥିପାଇଁ ବିଜେପି ଶିବିର ବେଶ ଚଳଞ୍ଚଳ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରମୁଖ ନେତା ଜନତା ମଇଦାନ ସଭାସ୍ଥଳର ପ୍ରସୁତି ଅନୁଧ୍ୟନ କରିଛନ୍ତି ।  କାଲି ପୂର୍ବାହ୍ନ ୧୦ଟାରେ ଭୁବନେଶ୍ବରରେ ପହଞ୍ଚିବେ ଗୃହମନ୍ତ୍ରୀ ଅମିତ ଶାହ । ଲୋକସେବା ଭବନରେ ପୂର୍ବାଞ୍ଚଳ ରାଜ୍ୟ ପରିଷଦ ବୈଠକରେ ଯୋଗ ଦେବାପରେ । ଅପରାହ୍ନରେ ଭୁବନେଶ୍ବର ଜନତା ମଇଦାନରେ ଆୟୋଜିତ  ବିଜେପିର ସିଏଏ ସପକ୍ଷ ସଭାରେ ଉଦବୋଧନ ଦେବେ । ସନ୍ଧ୍ୟା ୬ଟାରୁ ହୋଟେଲ ମେ ଫେୟାରରେ ଆରମ୍ଭ ହେବ ବିଜେପିର  ଦଳୀୟ କର୍ମକର୍ତ୍ତାଙ୍କ ବୈଠକ ।ଏଥିରେ ବିଜେପି ବିଧାୟକ, ସାଂସଦ, ସାଂସଦ ଓ ବିଧାୟକ ପ୍ରାର୍ଥୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରମୂଖ ଉପସ୍ଥିତ ରହିବେ। ଦଳୀୟ ସଙ୍ଗଠନ ନେଇ ଆଲୋଚନା କରିବେ ଶାହ । ଏହା ସହ ସଙ୍ଗଠନ ସରଞ୍ଜନା ଓ ଦଳୀୟ ରଣନୀତି ନେଇ ନେତାଙ୍କୁ ମନ୍ତ୍ର ଦେବେ ଅମିତ । ଏହାପରେ ୨୮ ରାତିରେ ପୁରୀରେ ରାତ୍ରୀଯାପନ କରିବେ । ଶନିବାର ସକାଳୁ ଶ୍ରୀଜୀଉଙ୍କୁ ଦର୍ଶନ କରିବେ । ଏହାପରେ ଭୁବନେଶ୍ବର ଫେରି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି । ବିଜେପିର ସମାବେଶରେ ରାଜ୍ୟର ୩୦ ହଜାରୁ ଉର୍ଦ୍ଧ ବୁଥ କମିଟିର ସଦସ୍ୟଙ୍କୁ ମିଶାଇ ଲକ୍ଷେ ଲୋକଙ୍କୁ ଏକାଠି କରିବାକୁ ଲକ୍ଷ ରଖିଛି ରାଜ୍ୟ ବିଜେପି ବୋଲି ଦଳର ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି ।

ଏପଟେ ଶାହାଙ୍କ ଓଡ଼ିଶା ଗସ୍ତ ପୂର୍ବରୁ  ରାଜନୈତିକ ଦଳ ଭିତରେ ବୟାନବାଜି ଆରମ୍ଭ ହୋଇ ଯାଇଛି । କଂଗ୍ରେସ ଅମିତଙ୍କ ଗସ୍ତକୁ କଟାକ୍ଷ କରି କହିଛି ସିଏକୁ ନେଇ ଦିଲ୍ଲୀ ଜଳୁଛି, ଅମିତ ଶାହ ଆଗ ଦିଲ୍ଲୀ ଲୋକଙ୍କୁ ବୁଝାନ୍ତୁ । ଶାଙ୍କ ଓଡିଶା ଗସ୍ତବେଳେ ରାଜ୍ୟ ସଭା ସିଟ ନେଇ ଡିଲ ହୋଇପାରେ ବୋଲି ଆରୋପ ଲଗାଇଛି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ସେପଟେ ବିଜେଡି କହିଛି ଓଡିଶା ଲୋକଙ୍କୁ ସିଏ ନେଇ ବୁଝାଇବାର ଆବଶ୍ୟକତା ନାହିଁ । କେନ୍ଦ୍ର ଓ ରାଜ୍ୟର ଆଭିମୁଖ୍ୟ କଣ ସେକଥା ଓଡିଶା ଲୋକ ବୁଝିଛନ୍ତି । ସିଏଏ ଲାଗୁ କରିବା ପୂର୍ବରୁ ବୁଝାଇଥିଲେ ଦେଶରେ ହଂସା ହୋଇନଥାନ୍ତା ବୋଲି ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି । ଆଉ ଏପଟେ ଉଭୟ  କଂଗ୍ରେସ ଓ ବିଜେଡିକୁ କଡା ଜବାବ ଦେଇଛି  ବିଜେପି  । କଂଗ୍ରେସ ଭଳି ଦଳ ସିଏକୁ ନେଇ ଦେଶରେ ଅରାଜକତା ସୃଷ୍ଟି ପାଇଁ ଚେଷ୍ଟା କରୁଛନ୍ତି । ଅରାଜକତା ଖେଳକୁ ଶେ। କରିବାକୁ ଶାହ ବିଭିନ୍ନ ଆଡେ ଗସ୍ତ କରୁଛନ୍ତି । ବିଜେଡି ସିଏଏକୁ ସମର୍ଥନ କରିଛି । ଏବେ ଏହା ସହପକ୍ଷରେ ଅମିତ ଶାହ ଲୋକଙ୍କୁ ବୁଝାଇବାକୁ ଆସୁଥିବାବେଳେ ବିଜେଡିର ଅଡୁଆ କେଇଁଠି ବୋଲି ପାଲଟା ପ୍ରଶ୍ନ କରିଛନ୍ତି ବିଜେପି ସାଧାରଣ ସଂପାଦକ ପୃର୍ଥ୍ବୀରାଜ ହରିଚନ୍ଦନ ।

-ନିର୍ବାଚନ ପୂର୍ବରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିବାବେଳେ ବାରମ୍ବାର ଓଡିଶା ଗସ୍ତରେ ଆସି ଅମିତ ଶାହ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ । ହେଲେ ନିର୍ବାଚନ ପରେ ସମୀକରଣ ବଦଳିଛି । କେନ୍ଦ୍ର ରାଜ୍ୟ ସଂପର୍କରେ ଆଉ ପୁରୁଣା ତିକ୍ତତା ନାହିଁ । ଏଭଳି ସ୍ଥିତିରେ କଣ ରହିବ ଶାହଙ୍କ ଆଭିମୁଖ୍ୟ ତାହା ଉପରେ ଏବେ ନଜର ରହିଛି ।