ଆଜି ଭୁବନେଶ୍ୱରରୁ ୩୩୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ସ୍ଥାନୀୟ ଚନ୍ଦ୍ରଶେଖରପୁରସ୍ଥିତ ୭ମ ବାଟାଲିଅନ୍‌ରୁ ୧୩ ଜଣ ଓ ଝାରପଡ଼ା ଜଗନ୍ନାଥ ନଗରରୁ ୧୧ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥି ସହିତ ଭୁବନେଶ୍ୱରରୁ ମୋଟ୍‌ ଆଜି ୩୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ସଂଗରୋଧରୁ ୧୭୩ ଜଣ ଓ ସ୍ଥାନୀୟ ଅଂଚଳରୁ ୧୫୯ ଜଣ ଅଛନ୍ତି। ସଂଗରୋଧରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଜଣଙ୍କର ଯାତ୍ରା ବିବରଣୀ ଥିବା ବେଳେ ଅନ୍ୟମାନେ ପୂର୍ବରୁ ଚିହ୍ନଟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି।


ଆଜି ସାଲିଆ ସାହି ଆଦିବାସୀ ଗାଁ, କଳିଙ୍ଗ ନଗର, ନୟାପଲ୍ଲୀରୁ ୪ ଜଣ ଲେଖାଏଁ, ଡୁମଡୁମା ସୁବାଷ ନଗର, ବରମୁଣ୍ଡା, ଆଇଆରସି ଭିଲେଜ, ସତ୍ୟନଗର କାଳୀମନ୍ଦିର ରୋଡ, ଭରତପୁର, ମଧୁସୂଦନ ନଗରରୁ ୩ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ନିଳାଦ୍ରୀ ବିହାର, ଘାଟିକିଆ, ଖାରବେଳ ନଗର, ଜାଗମରା ଓ ବିଡିଏ କଲୋନିରୁ ୩ ଜଣ ଲେଖାଏଁ, କଳିଙ୍ଗ ବିହାର, ନୟାପଲ୍ଲୀ, ନୟାପଲ୍ଲୀ ବେହେରା ସାହି, ନିଳାଦ୍ରୀ ବିହାର ସରସ୍ୱତୀ ଶିଶୁ ମନ୍ଦିର ନିକଟ, ବରମୁଣ୍ଡା ମହାବୀର ବସ୍ତି, ସାଲିଆ ସାହିରୁ ୨ ଜଣଙ୍କ ସମେତ ମୋଟ ୧୫୯ ଜଣ ଲୋକ ସ୍ଥାନୀୟ ସଂକ୍ରମଣ ଯୋଗୁଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆଜି ଭୁବନେଶ୍ୱରରରୁ ମୋଟ୍‌ ୧୬୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିରେ ପଟିଆ ବିଗବିଜାରର ୧୨ ଜଣ ଓ ନୟାପଲ୍ଲୀରୁ ୧୪ ଜଣ ଅଛନ୍ତି। ସେହିପରି ୟୁନିଟ-୮ ସରକାରୀ ହାଇସ୍କୁଲ ଅଂଚଳରୁ ଓ ବୁଦ୍ଧନଗରରୁ ୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।