ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରୁ ମୋଟ୍ ୩୨୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ୭୩ ଜଣ ସରକାରୀ ସଂଗରୋଧ ଓ ୨୫୬ ଜଣ ସ୍ଥାନୀୟ ଅଂଚଳରୁ ଅଛନ୍ତି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ଭୁବନେଶ୍ୱରରୁ ଆଜି ୩୯୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
Update on newly detected #COVID19 cases in the last
24 hrs under the BMC area on 29th Sep 2020(till 9am).Further contact tracing is still continuing.
Primary contacts & nearby houses are being quarantined, sanitized & will be under active surveillance. pic.twitter.com/Aq53WtNxqD— BMC (@bmcbbsr) September 29, 2020
ସରକାରୀ ସଂଗରୋଧରୁ ଚିହ୍ନଟ କରୋନା ପଜିଟିଭ ବ୍ୟକ୍ତିମାନେ ପୂର୍ବରୁ ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ। ଆଜି ୟୁିନିଟ-୯ରୁ ୧୧ ଜଣ, ନିଳାଦ୍ରୀ ବିହାରରୁ ୫ ଜଣ, ଗାଢ଼କଣା, ଲକ୍ଷ୍ମୀସାଗରରୁ ୩ ଜଣ ଲେଖାଏଁ , ବଡ଼ଗଡ଼, ବରମୁଣ୍ଡା, ଜାଗମରାରୁ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସ୍ଥାନୀୟ ସଂକ୍ରମଣ ଯୋଗୁଁ ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ନୟାପଲ୍ଲୀରୁ ୧୯ ଜଣ ଅଛନ୍ତି। ସେହିଭଳି ୟୁନିଟ-୯ରୁ ୧୫ ଜଣ, ରସୁଲଗଡ଼ରୁ ୧୪ ଜଣ, ପୁରୁଣା ଭୁବନେଶ୍ୱରରୁ ୧୧ ଜଣ, ସହିଦନଗର, ପଟିଆରୁ ୧୦ ଜଣ ଲେଖାଏଁ, ଭିଏସ୍ଏସ୍ ନଗର, ବଡ଼ଗଡ଼ରୁ ୮ ଜଣ ଲେଖାଏଁ, ନିଳାଦ୍ରୀ ବିହାର, ସୁନ୍ଦରପଦାରୁ ୭ ଜଣ ଲେଖାଏଁ, ଝାରପଡ଼ା, ଡୁମଡୁମା, ଲକ୍ଷ୍ମୀସାଗରରୁ ୬-ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।