ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ ୫୧୧ ଜଣଙ୍କ ସମେତ ରାଜ୍ୟରୁ ଆଜି ୩ ହଜାର ୨୭୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ୍ ଜରିଆରେ ଏହି ସୂଚନା ଦିଆଯାଇଛି। ଏଥି ସହିତ ରାଜ୍ୟରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୮୭ ହଜାର ୩୫୧ରେ ପହଂଚିଛି।
Another 3278 #COVID19 patients have recovered and are being discharged on 03.09.2020
511 from Khordha
368 from Ganjam
230 from Cuttack
195 from Jajapur
187 from Rayagada
185 from Bargarh
124 from Baleswar
122 from Puri
121 from Nayagarh
117 from Malkangiri
117 from Mayurbhanj— H & FW Dept Odisha (@HFWOdisha) September 3, 2020
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଗଂଜାମ ଜିଲ୍ଲାରୁ ଆଜି ୩୬୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କଟକ ଜିଲ୍ଲାରେ ୨୩୦ ଜଣ, ଯାଜପୁର ଜିଲ୍ଲାରେ ୧୯୫ ଜଣ, ରାୟଗଡ଼ା ଜିଲ୍ଲାରେ ୧୮୭ ଜଣ, ବରଗଡ଼ ଜିଲ୍ଲାରେ ୧୮୫ ଜଣ, ବାଲେଶ୍ୱର ଜିଲ୍ଳାରେ ୧୨୪ ଜଣ, ପୁରୀ ଜିଲ୍ଲାରେ ୧୨୨ ଜଣ, ନୟାଗଡ଼ ଜିଲ୍ଲାରେ ୧୨୧ ଜଣ, ମାଲକାନଗିରି, ମୟୂରଭଂଜ ଜିଲ୍ଲାରେ ୧୧୭ ଜଣ ଲେଖାଏଁ, କୋରାପୁଟ ଜିଲ୍ଲାରେ ୧୦୭ ଜଣ ଓ ସୁନ୍ଦରଗଡ଼ ଜିଲ୍ଲାରେ ୧୦୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ସେହିପରି ଭଦ୍ରକ ଜିଲ୍ଲାରେ ୯୮ ଜଣ, ଝାରସୁଗୁଡ଼ା ଜିଲ୍ଲାରେ ୮୯ ଜଣ, କନ୍ଧମାଳ ଜିଲ୍ଲାରେ ୮୮ ଜଣ, ଜଗତସିଂହପୁର ଜିଲ୍ଲାରେ ୭୭ ଜଣ, କେନ୍ଦୁଝର ଜିଲ୍ଲାରେ ୬୯ ଜଣ, ସମ୍ବଲପୁର ଜିଲ୍ଲାରେ ୬୭ ଜଣ, ଢେଙ୍କାନାଳ ଜିଲ୍ଲାରେ ୬୬ ଜଣ, ନବରଙ୍ଗପୁର ଜିଲ୍ଲାରେ ୪୭ ଜଣ, ଗଜପତି ଜିଲ୍ଲାରେ ୪୩ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରେ ୩୫ ଜଣ, ନୂଆପଡ଼ା ଜିଲ୍ଲାରେ ୨୫ ଜଣ, ବଲାଙ୍ଗୀର, କଳାହାଣ୍ଡି ଜିଲ୍ଲାରେ ୨୪ ଜଣ ଲେଖାଏଁ, ସୁବର୍ଣ୍ଣପୁର ଜିଲ୍ଲାରେ ୨୩ ଜଣ, ବୌଦ୍ଧ ଜିଲ୍ଲାରେ ୮ ଜଣ, ଦେବଗଡ଼ ଜିଲ୍ଲାରେ ୫ ଜଣ, ଅନୁଗୁଳ ଜିଲ୍ଲାରେ ୨ ଜଣ କରୋନା ଆକ୍ରାନ୍ତୁର ସୁସ୍ଥ ହୋଇଛନ୍ତି।