ଆଜି ରାଜ୍ୟରେ ୩୨୫୨ ନୂଆ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଆଜି  ୩୨୫୨ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଗୁଡ଼ିକ ମଧ୍ୟରୁ ୧୨୬୫ଟି ସ୍ଥାନୀୟ ସଂକ୍ରମଣ ଥିବାବେଳେ ୧୯୮୭ ଟି ମାମଲା କ୍ୱାରାଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଛି ।

ଶନିବାରଦିନ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଜାରି ତଥ୍ୟ ଅନୁସାରେ ଚିହ୍ନଟ ହୋଇଥିବା ୩୨୫୨ଟି ମାମଲା ମଧ୍ୟରୁ ଖୋର୍ଦ୍ଧାରେ ସର୍ବାଧିକ ୭୬୨ ଟି ମାମଲା ଚିହ୍ନଟ ହୋଇଥିବାବେଳେ ତାପଛକୁ ରହିଛି ରାୟଗଡ଼ା ଜିଲ୍ଲା, ଯେଉଁଠାରେ ୪୫୦ଟି ମାମଲା ଚିହ୍ନଟ ହୋଇଛି । କଟକରେ ୩୨୩ ଟି ମାମଲା ଚିହ୍ନଟ ହୋଇଥିବାବେଳେ ଗଞ୍ଜାମରେ ୧୬୯ଟି ମାମଲା ଚିହ୍ନଟ ହୋଇଛି । ଏହାଛଡ଼ା ମୟୁରଭଞ୍ଜରେ ୧୨୩ଟି ଓ ନୟାଗଡ଼ରେ ୧୨୦ଟି ମାମଲା ଚିହ୍ନଟ ହୋଇଛି ।

୩୨୫୨ଟି ନୂଆ ମାମଲା ସହ ଓଡ଼ିଶାର ମୋଟ କରୋନା ସଂକ୍ରମଣ ମାମଲା ସଂଖ୍ୟା ୯୭୯୨୦ରେ ପହଞ୍ଚିଛି । ଏହା ମଧ୍ୟରୁ ସକ୍ରିୟ ସଂକ୍ରମଣ ସଂଖ୍ୟା ୨୯,୫୭୧ ଥିବାବେଳେ ୬୭,୮୨୬ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୫୦୩ ଜଣ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ରାଜ୍ୟରେ ଏପର୍ଯ୍ୟନ୍ତ ୧୬୭୦୯୧୦ଟି କରୋନା ପରୀକ୍ଷା କରାଯାଇଛି ।