ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଜି ୩୨୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରେ ସଂଗରୋଧରୁ ୧୦୦ ଜଣ ଓ ସ୍ଥାନୀୟ ଅଂଚଳରୁ ୨୨୪ ଜଣ ଅଛନ୍ତି । ସଂଗରୋଧରୁ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତମାନେ ପୂର୍ବରୁ ସଂକ୍ରମିତ ହୋଇଥିବା ବ୍ୟକ୍ତିମାନଙ୍କ ସଂସ୍ପର୍ଶରେ ଆସିଥିଲେ ବୋଲି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ସୂଚନା ଦିଆଯାଇଛି ।
Update on newly detected & cured #COVID19 cases in the last 24 hrs under the BMC area on 17th Sep 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitized & will be under active surveillance. pic.twitter.com/LDhJ2M81S6— BMC (@bmcbbsr) September 17, 2020
ବିଏମ୍ସିର ସୂଚନା ଅନୁସାରେ ହଂସପାଳସ୍ଥିତ ଏକ ସଂଗରୋଧରୁ ୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଭିଏସଏସ ନଗରରୁ ୭ ଜଣ, ଡମଣାରୁ ୬ ଜଣ, ୟୁନିଟ-୯, ଆଇଆରସି ଭିଲେଜ, ଜିଜିପି କଲୋନି ଓ ସହିଦ ନଗରରୁ ୩ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସ୍ଥାନୀୟ ସଂକ୍ରମଣ ଯୋଗୁଁ ରସୁଲଗଡ଼ରୁ ୧୧ ଜଣ, ଏକ ଘରୋଇ ହସ୍ପିଟାଲରୁ ୮ ଜଣ, ନୟାପଲ୍ଲୀରୁ ୮ ଜଣ, ଜୟଦେବ ବିହାର, ଜାମୁଝୁରିରୁ ୭-୭ ଜଣ, ନିଳାଦ୍ରୀ ବିହାର, ବିଡିଏ କଲୋନିରୁ ୬-୬ ଜଣ, ପାତ୍ରପଡ଼ା, ଡମଣାରୁ ୫-୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ଆଜି ଭୁବନେଶ୍ୱରରୁ ମୋଟ ୪୨୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିରେ ୟୁନିଟ-୨ ଓ ୟୁନିଟ-୩ରୁ ୧୪ ଜଣ, କଳିଙ୍ଗ ନଗର ଅଂଚଳରୁ ୧୨ ଜଣ, ପୋଖରୀପୁଟ, ଚନ୍ଦ୍ରଶେଖରପୁର ବିଡିଏ କଲୋନିରୁ ୧୨-୧୨ ଜଣ, ଆଇଗଣିଆ ଗାଁରୁ ୧୧ ଜଣ, ଲକ୍ଷ୍ମୀସାଗର, ସାମନ୍ତରାପୁରରୁ ୧୦-୧୦ ଜଣ, ନୟାପଲ୍ଲୀ, ପଟିଆ ଗାଁରୁ ୯-୯ ଜଣ, ସହଦି ନଗର, ଶୈଳଶ୍ରୀ ବିହାରରୁ ୮-୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।