ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରୁ ୬୪୭ ଜଣଙ୍କ ସମେତ ରାଜ୍ୟରୁ ଆଜି ୩ ୨୧୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥି ସହିତ ରାଜ୍ୟରେ କରୋନା ଭାଇରସ ସଂକ୍ରମଣରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୧୫ ହଜାର ୨୭୯କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।
Another 3217 Covid patients have recovered and are being discharged on 12.09.2020
647 from Khordha
281 from Mayurbhanj
275 from Cuttack
218 from Bargarh
206 from Rayagada
126 from Ganjam
116 from Keonjhar
112 from Jajapur
112 from Koraput
103 from Puri
96 from Jharsuguda— H & FW Dept Odisha (@HFWOdisha) September 12, 2020
ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ ମୟୂରଭଂଜ ଜିଲ୍ଲାରୁ ଆଜି ୨୮୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କଟକ ଜିଲ୍ଲାରୁ ୨୭୫ ଜଣ, ବରଗଡ଼ ଜିଲ୍ଲାରୁ ୨୧୮ ଜଣ, ରାୟଗଡ଼ା ଜିଲ୍ଲାରୁ ୨୦୬ ଜଣ, ଗଂଜାମ ଜିଲ୍ଲାରୁ ୧୨୬ ଜଣ, କେନ୍ଦୁଝର ଜିଲ୍ଲାରୁ ୧୧୬ ଜଣ, ଯାଜପୁର, କୋରାପୁଟ ଜିଲ୍ଲାରୁ ୧୧୨ ଜଣ ଲେଖାଏଁ, ପୁରୀ ଜିଲ୍ଲାରୁ ୧୦୩ ଜଣ ଓ ଝାରସୁଗୁଡ଼ା ଜିଲ୍ଲାରୁ ୯୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
ସେହିପରି ନବରଂଗପୁର, ନୂଆପଡା, ସୁନ୍ଦରଗଡ଼ ଜିଲ୍ଲାରୁ ୭୯ ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସମ୍ବଲପୁର ଜିଲ୍ଲାରୁ ୭୫ ଜଣ, ଅନୁଗୁଳ, ଢେଙ୍କାନାଳ ଜିଲ୍ଲାରୁ ୬୯ ଜଣ ଲେଖାଏଁ, କେନ୍ଦ୍ରାପଡ଼ାରୁ ୫୯ ଜଣ, ଭଦ୍ରକ, ଜଗତସିଂହପୁର ଜିଲ୍ଲାରୁ ୫୪-୫୪ ଜଣ, ସୁବର୍ଣ୍ଣପୁର ଜିଲ୍ଲାରୁ ୫୩ ଜଣ, ବାଲେଶ୍ୱର, ବଲାଙ୍ଗୀର, ନୟାଗଡ଼ ଜିଲ୍ଲାରୁ ୪୯ ଜଣ ଲେଖାଏଁ, କନ୍ଧମାଳ ଜିଲ୍ଲାରୁ ୩୬ ଜଣ, ମାଲକାନଗିରି ଜିଲ୍ଲାରୁ ୨୮ ଜଣ, ଗଜପତି ଜିଲ୍ଲାରୁ ୨୧ ଜଣ, କଳାହାଣ୍ଡି ଜିଲ୍ଲାରୁ ୧୨ ଜଣ, ବୌଦ୍ଧ ଜିଲ୍ଲାରୁ ୭ ଜଣ ଓ ଦେବଗଡ଼ ଜିଲ୍ଲାରୁ ୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।