କାବୁଲରେ ଆତଙ୍କବାଦୀ ଆକ୍ରମଣ: ୩୨ମୃତ, ୬୧ ଗୁରୁତର

କାବୁଲ: ଆଫଗାନିସ୍ଥାନର ରାଜଧାନୀ କାବୁଲରେ ଆତଙ୍କବାଦୀ ଆକ୍ରମଣ । ଏକ କାର୍ଯ୍ୟକ୍ରମରେ ଆତତାୟୀଙ୍କ ଗୁଳିମାଡରେ ୩୨ ମୃତ, ୬୧ ଗୁରୁତର । ଆକ୍ରମଣରେ ୨ ପୋଲିସକର୍ମୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେପଟେ, ଆକ୍ରମଣ ପଛରେ ଇସଲାମିକ ଷ୍ଟେସ ନିଜକୁ ଏକ ୱେବସାଇଟ ଜରିଆରେ ଦାୟୀ କରିଛି ।

ଅନ୍ୟପଟେ, ଆମେରିକା ଓ ତାଲିବାନ ମଧ୍ୟରେ ବୁଝାମଣା ହେବାର କିଛି ଦିନ ପରେ ଏହି ଆକ୍ରମଣ ହୋଇଛି । ଆମେରିକା ସେନା ଫେରି ଯାଇଥିବାବେଳେ, ତାଲିବାନ ହାମଲାରେ ସମ୍ପୃକ୍ତି ନଥିବା ସ୍ପଷ୍ଟ କରିଛି।

ଆଫଗାନିସ୍ତାନର ଇସଲାମିକ ଷ୍ଟେଟ ସହ ସମ୍ପର୍କିତ ଏକ ସଙ୍ଗଠନ ଦେଶର ସଂଖ୍ୟାଲଘୁଙ୍କ ବିରୋଧରେ ଯୁଦ୍ଧ ଘୋଷଣା କରିଛି । ଏହି କାର‌୍ୟ୍ୟକ୍ରମରେ ଅଧିକାଂଶ ସିହା ସାମ୍ପ୍ରଦାୟ ସାମିଲ ଥିଲେ ।

ହାଜରା ନେତା ଅବଦୁଲ ଅଲ୍ଲି ମଜାରୀଙ୍କ ଶ୍ରାଦ୍ଧ ବାର୍ଷିକରେ ଆକ୍ରମଣ ହୋଇଥିବା ସୂଚନା । ଗୁରୁତରଙ୍କ ସ୍ବାସ୍ଥ୍ୟବସ୍ଥା ଅତ୍ୟନ୍ତ ଖରାପ ଥିବାବେଳେ,ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି।

ସେପଟେ, ଆଫଗାନିସ୍ତାନର ରାଷ୍ଟ୍ରପତି ଆଶରଫ ଘନି କହିଛନ୍ତି ଏହା ମାନବିକତା ଆକ୍ରମଣ ଓ ଆଫଗାନିସ୍ତାନର ଜାତୀୟ ଏକତା ବିରୁଦ୍ଧରେ ଆକ୍ରମଣ ହୋଇଛି । ଭାରତ ମଧ୍ୟ ଏହି ଘଟଣାକୁ ନିନ୍ଦା କରିଛି ।