ସର୍ଭିଲାନ୍ସ ଜୋନରେ ଭଦ୍ରକର ୩୨ ପଂଚାୟତ

ଭଦ୍ରକ : କରୋନା ସତର୍କତାକୁ ନେଇ ଭଦ୍ରକର ୩୨ଟି ପଂଚାୟତ କୁ ସର୍ଭିିଲାନ୍ସ ଜୋନ ଘୋଷଣା କରାଯାଇଛି । ୩୨ଟି  ପଂଚାୟତ ରେ କଲିକତା ଫେରନ୍ତା ରହିଥିବା ନେଇ ସୂଚନା ମିଳିଛି । ପ୍ରତି ପଂଚାୟତ ରେ ଅତି କମରେ ୧୦ରୁ ଅଧିକ ଲୋକ କୋଲକାତା ଫେରନ୍ତା ରହିଛନ୍ତି । ଏନେଇ ସେହି ଜିଲ୍ଲାରୁ ୮ଟି କ୍ୟାମ୍ପରୁ ୧୩୦୦ରୁ ଅଧିକ ସ୍ୱାବ ସଂଗ୍ରହ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ । ସୂଚନା ଯୋଗ୍ୟ ଯେ, ଭଦ୍ରକ, ଯାଜପୁର ଓ ବାଲେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସମସ୍ତ ଆକ୍ରାନ୍ତ ପ୍ରାୟ କଲିକତାରୁ ଫେରିଥିବା ନେଇ ଜଣାପଡ଼ିଛି । ଏହାସହ ରାଜ୍ୟରେ ବର୍ତମାନ ୧୧୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୭ଜଣ ସୁସ୍ଥ ହୋଇଛନ୍ତି ଓ ଜଣଙ୍କର ମୃତ୍ୟୁ ହୋଇଛି । ଓଡ଼ିଶାରେ ବର୍ତମାନ ୮୦ଜଣ କରୋନାରେ ସକ୍ରିୟ ରହିଛନ୍ତି ।