ଗଞ୍ଜାମରୁ ପୁଣି ୩୨ କରୋନା ପଜିଟିଭ ଚିହ୍ନଟ

୨ ଜଣ କୋଭିଡ୍ ଯୋଦ୍ଧା ସାମିଲ

ଗଞ୍ଜାମ: ସୋମବାର ଗଞ୍ଜାମ ଜିଲ୍ଲାରୁ ଆଉ ୩୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ବର୍ତ୍ତମାନ ସୁଦ୍ଧା ଗଞ୍ଜାମରେ ୯୨୫ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୬୭୦ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୪୮ଜଣ କରୋନାରେ ସଂକ୍ରମିତ ଥିବା ପ୍ରକାଶ ପାଇଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଛି।

ଆଜି ଗଞ୍ଜାମରୁ ଚିହ୍ନଟ ହୋଇଥିବା ୩୨ଜଣଙ୍କ ମଧ୍ୟରୁ ଦୁଇଜଣ କରୋନା ଯୋଦ୍ଧା ଅଛନ୍ତି । ଏହି ଯୋଦ୍ଧା ଦୁଇଜଣଙ୍କ ମଧ୍ୟରୁ ଜଣେ ଭଞ୍ଜନଗର ଅଞ୍ଚଳର ଓ ଅନ୍ୟ ଜଣେ ଆସ୍କା ଅଞ୍ଚଳର ବୋଲି ଜଣାପଡ଼ିଛି। ସେହିପରି ଚିହ୍ନଟ ହୋଇଥିବା ୭ଜଣଙ୍କ ମଧ୍ୟରୁ ୪ଜଣ ସୁରତ ଫେରନ୍ତା, ଜଣେ ତାମିଲନାଡୁ ଫେରନ୍ତା, ଜଣେ ମହାରାଷ୍ଟ୍ର ଫେରନ୍ତା ଓ ଜଣେ କୋଲ୍ଲାପୁର ଫେରାନ୍ତା ବୋଲି ସୂଚନା ରହିଛି । ସେହିପରି ଜିଲ୍ଲାର  ଜଣେ ବେଲାଗୁଣ୍ଠା ଅଞ୍ଚଳରୁ, ଦୁଇଜଣ ବୁଗୁଡା ଅଞ୍ଚଳରୁ, ଦୁଇଜଣ କେ.ଏସ୍‌ ନଗର ଅଞ୍ଚଳରୁ, ଜଣେ ଖଲିକୋଟ ଓ ଜଣେ ପୋଲସରା ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି।

ସକ୍ରିୟ ଥିବା କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ୨୩ଜଣଙ୍କ ମଧ୍ୟରୁ ୩ଜଣ ଏଏସ୍‌କେଏ ଅଞ୍ଚଳର, ଜଣେ ବେଗୁନିଆପଡ଼ା ଅଞ୍ଚଳର, ଦୁଇଜଣ ବେଲାଗୁଣ୍ଠା ଅଞ୍ଚଳର, ଦୁଇଜଣ ବ୍ରହ୍ମପୁର ମୁନିସିପାଲଟି ଅଞ୍ଚଳର ଓ ଜଣେ ଦାରାକୋଟ ଅଞ୍ଚଳର, ଚାରିଜଣ ଜେଏନ୍‌ ପ୍ରସାଦ ଅଞ୍ଚଳର, ଦୁଇଜଣ କେଏସ୍‌ ନଗର ଅଞ୍ଚଳର, ଦୁଇଜଣ ଖଲିକୋଟର, ୫ଜଣ କୁକୁଡାଖଣ୍ଡି ଓ ଜଣେ ଶଙ୍ଖିଆମୁଣ୍ଡି ଅଞ୍ଚଳର ବୋଲି ଜଣାପଡ଼ିଛି।