ଉଦ୍ଧାର ହେଲେ ୩୨ଜଣ ଦାଦନ ଶ୍ରମିକ

କଂଟାବାଞ୍ଜି: ରାଜ୍ୟରେ ସଚେତନତା ପରେ ବି ବେଆଇନ ଭାବେ ଦାଦନ ଶ୍ରମିକଙ୍କ ଚାଲାଣ କମିବାର ନାମ ନେଉନି । ଆଜି ବେଆଇନ ଭାବେ ତୁରେକେଲା ରେଲୱେ ଷ୍ଟେସନରୁ ୩୨ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି ତୁରେକେଲା ପୋଲିସ । ସମସ୍ତ ଶ୍ରମିକ ବଲାଙ୍ଗିର ଜିଲ୍ଲାର ବେଲପଡା ବ୍ଲକର ।

ସେମାନଙ୍କ ମଧ୍ୟରେ ୧୪ ଜଣ ଶିଶୁ ଥିବା ଜଣାଯାଇଛି।  ତେବେ ଉଦ୍ଧାର ଶ୍ରମିକଙ୍କୁ କିଏ, କେଉଁଠିକୁ ଚାଲାଣ କରୁଥିଲା ତାହା ସ୍ପଷ୍ଟ ହୋଇନାହିଁ। ଶ୍ରମିକମାନେ  ପଞ୍ଜିକୃତ ହେଇଛନ୍ତି ନା ନାହିଁ , ଏ ନେଇ ପୋଲିସ ତଦନ୍ତ ଜାରୀ ରଖିଛି। ଗତକାଲି କଂଟାବାଞ୍ଜି ରେଲୱେ ଷ୍ଟେସନରୁ ୧୬ ଦାଦନ ଶ୍ରମିକ ଉଦ୍ଧାର ହୋଇଥିଲେ।