ରାଜଧାନୀରୁ ଆଉ ୩୧୯ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱରର ବିଭିନ୍ନ ଅଂଚଳରୁ ଗତ ୨୪ ଘଣ୍ଟାରେ ( ରବିବାର ସକାଳ ୯ଟାରୁ ସୋମବାର ସକାଳ ୯ଟା ସୁଦ୍ଧା) ମୋଟ୍‌ ୩୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ମଧ୍ୟରୁ ୯୨ଟି କ୍ୱାରାଣ୍ଟାଇନ ମାମଲା ଥିବାବେଳେ ୨୨୭ଟି ସ୍ଥାନୀୟ ସଂକ୍ରମଣ ମାମଲା ରହିଛି । ସେହିପରି ସମସ୍ତ ୯୨ଟି ଯାକ କ୍ୱାରାଣ୍ଟାଇନ ମାମଲା ପୂର୍ବର ପଜିଟିଭ ମାମଲା ସହ ସମ୍ପର୍କିତ । ଜଣେ ସଂକ୍ରମିତ ଦିଲ୍ଲୀରୁ ଫେରିଥିଲେ ବୋଲି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି ।


ଆଜିର ୩୧୯ଟି ନୂଆ ମାମଲାକୁ ମିଶାଇ ରାଜଧାନୀରେ ମୋଟ ଆକ୍ରାନ୍ତ ସଂଖ୍ୟା ୨୩୫୪୯ ଛୁଇଁଛି । ଏହା ମଧ୍ୟରୁ ସକ୍ରିୟ ଆକ୍ରାନ୍ତ ସଂଖ୍ୟା ୩୫୩୭ ରହିଛି । ସେହିପରି ସୋମବାରଦିନ ଭୁବନେଶ୍ୱରରେ ୩୧୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଦୁଇଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏହା ସହିତ ଭୁବନେଶ୍ୱରରେ ମୋଟ ସୁସ୍ଥସଂଖ୍ୟା ୧୯୮୮୮ ରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା ୧୦୪ ଛୁଇଁଛି ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।