ଏପ୍ରିଲ୍‌ ସୁଦ୍ଧା ଶ୍ରୀକ୍ଷେତ୍ର ଐତିହ୍ୟ କରିଡର ନକ୍ସା : ମହାପ୍ରସାଦ ସେବନ ଲାଗି ହେବ ସ୍ବତନ୍ତ୍ର ଆନନ୍ଦ ବଜାର

ଭୁବନେଶ୍ବର : ପୁରୀ ଐତିହ୍ୟ କରିଡର ରୂପ ରେଖ ପ୍ରସ୍ତୁତ ଆରମ୍ଭ ହୋଇଛି ପ୍ରସ୍ତୁତ । ଏନେଇ ଭୁବନେଶ୍ବରରେ ଆଜି ବସିଥିଲା ପ୍ରଥମ ବୈଠକ ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବସିଥିବା ପ୍ରଥମ ବୈଠକରେ ରେ ଶ୍ରୀମନ୍ଦିର ପ୍ରଶାସନ, ସେବାୟତଙ୍କ ସହ  ବିଭିନ୍ନ ଷ୍ଟେକ ହୋଲଡର ଉପସ୍ଥିତ ଥିଲେ । ବାଙ୍ଗାଲୋର ଭୂମିପୁତ୍ର କମ୍ପାନୀ ପ୍ରସ୍ତୁତ କରିଥିବା କରିଡର ରୂପରେଖ ଉପସ୍ଥାପନ କରିବା ପରେ ଏଥିରେ ଅନେକ ପ୍ରସ୍ତାବ ଆସିଛି ।  ସ୍ବତନ୍ତ୍ର ନାମ ସଂକୀର୍ତ୍ତନ ଓ ଯଜ୍ଞଶାଳା ସ୍ବତନ୍ତ୍ର ଧ୍ୟାନ ଗୃହ,୫ ହଜାର ଭକ୍ତ ମହା ପ୍ରସାଦ ସେବନ ଲାଗି ସ୍ବତନ୍ତ୍ର ଆନନ୍ଦ ବଜାର ରହିବବା ସ୍ବତନ୍ତ୍ର ରଥଖଳା ନିର୍ମାଣ ଲାଗି ଆସିଛି ପ୍ରସ୍ତାବ ।  ସେହିପରି ଐତିହ୍ୟ କରିଡର ଲାଗି ଲୋକଙ୍କ ମତାମତକୁ ତର୍ଜମା କରି ମାର୍ଚ୍ଚ ସୁଦ୍ଧା ଚୂଡାନ୍ତ ରୂପରେଖ ପ୍ରସ୍ତୁତ ହେବ ।

ଏପ୍ରିଲ୍‌ ସୁଦ୍ଧା ଶ୍ରୀକ୍ଷେତ୍ର ଐତିହ୍ୟ କରିଡର ନକ୍ସା  । ଏତିହ୍ୟ କରିଡରେ ଭକ୍ତଙ୍କ ଲାଗି ସ୍ବତନ୍ତ୍ର ନାମ ସଂକୀର୍ତ୍ତନ ଓ ଯଜ୍ଞଶାଳା ସ୍ବତନ୍ତ୍ର ଧ୍ୟାନ ଗୃହ,୫ ହଜାର ଭକ୍ତ ମହା ପ୍ରସାଦ ସେବନ ଲାଗି ସ୍ବତନ୍ତ୍ର ଆନନ୍ଦ ବଜାର ରହିବ । ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଐତିହ୍ୟ କରିଡର ରୂପରେଖ ପ୍ରସ୍ତୁତି ବୈଠକରେ ଏମିତି ପ୍ରସ୍ତାବ ଦେଇଛନ୍ତି ପୁରୀ ଗଜପତି ମହାରାଜ । ଏହା ସହ ପରମ୍ପରା ଅନୁସାରେ ରଥ ଯାତ୍ରା ହେବ ଓ ଶ୍ରୀମନ୍ଦିର ଆଗରେ ରଥ ଗଢାଯିବ । କିନ୍ତୁ ରଥ ଶାଳ ସ୍ବତନ୍ତ୍ର ଭାବେ ରହିବ ।  ସେହିପରି ଶ୍ରୀମନ୍ଦିରକୁ ଯାଉଥିବା ଭକ୍ତଙ୍କ ହସ୍ତ ପଦ ଧୋଇବା ଲାଗି ସ୍ବତନ୍ତ୍ର ବ୍ୟବସ୍ଥା ହେବ । ଚନ୍ଦନ ଯାତ୍ରା ଭଳି ଶ୍ରୀମନ୍ଦିର ପରମ୍ପରାରେ ବାହାର ନୀତି ଲାଗି ଦିଅଁଙ୍କ ବେଢା ବାହାରକୁ ଆସିବା ଲାଗି କରିଡରରେ ରହିବ ସ୍ବତନ୍ତ୍ର ରାସ୍ତା । ଶ୍ରୀ ମନ୍ଦିର ଚାରିପଟେ ଥିବା ସାହିକୁ ଯାତାୟତ ଓ ସାହି ସାହିକୁ ଚଳ ପ୍ରଚଳ  କିପରି ସୁବିଧାରେ ହେବ ସେ ଲାଗି ସ୍ବତନ୍ତ୍ର ମାଇକ୍ରୋ ପ୍ଲାନି ହେବ । ଶ୍ରୀମନ୍ଦିର ଦେଇ ସ୍ବର୍ଗ ଦ୍ବାରକୁ ଶବ ଦାହ ଲାଗି ଯିବା ପାଇଁ କରିଡର ଭିତରେ ରହିବ ସ୍ବତନ୍ତ୍ର ରାସ୍ତା ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ।

ପୁରୀ ଐତିହ୍ୟ କରିଡରର ରୂପ କିପରି ହେବ ସେନେଇ ବାଙ୍ଗାଲୋରର ଭୂମିପୁତ୍ର କମ୍ପାନୀ ଏକ ନକ୍ସା ତିଆରି କରିଛି । କମ୍ପାନୀର ଯୋଜନା କଣ ଅଛି ସେନେଇ ବୈଠକରେ ଉପସ୍ଥାପନ କରିଥିଲା କମ୍ପାନୀ । ହେଲେ ଏହି ପ୍ଲାନ ଆଧୁନିକ ଢାଞ୍ଚାରେ ହୋଇଛି , ଏଥିରେ ଉତ୍କଳୀୟ କଳା ଓ ସଂସ୍କୃତିର ଝଳକ ଯେପରି ରୁହେ ସେନେଇ ଗୁରୁତ୍ବ ଦେବାକୁ ପ୍ରସ୍ତାବ ଦେଇଛନ୍ତି ପଦ୍ଣ ବିଭୂଷଣ ରଘୁନାଥ ମହାପାତ୍ର । ଏହା ସହ ଐତିହ୍ୟ କରିଡର ଲାଗି ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ଠୁ ମତାମତ ଆହ୍ବାନ କରିଥିଲେ । ଏଥିରେ ୨ଶହ ୩୧ ମତା ମତ ଆସିଛି । ସେସବୁକୁ ତର୍ଜମା କରାଯାଉଛି । ସମସ୍ତଙ୍କ ମତାମତ ଓ ପ୍ରସ୍ତାବ ଆଧାରରେ ଏପ୍ରିଲ୍‌ ସୁଦ୍ଧା ଐତିହ୍ୟ କରିଡର ଚୁଡାନ୍ତ ରୂପରେଖ ପ୍ରସ୍ତୁତ ହେବ ।  କରିଡର କିପରି ଅଧ୍ୟାତ୍ମିକ ହେବ ସେନେଇ ଦୃଷ୍ଟି ଦେବାକୁ ପ୍ରଥମ ବୈଠକରେ ଆଲୋଚନା ହୋଇଛି ।

ପୁରୀକୁ ଐତିହ୍ୟ ସହର କରିବା ଲାଗି ପ୍ରୟାସ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଏଥିପାଇଁ ଶ୍ରୀମନ୍ଦିର ଚାରୀପଟୁ ୭୫ ମିଟର ଯାଏ ଉଛେଦ କରାଯାଇ ସୈନ୍ଦର୍ଯ୍ୟକରଣ କାମ ଆରମ୍ଭ ହୋଇଛି । ପୁରୀକୁ ବିଶ୍ବ ହେରିଟେଜ୍ କରିଡର କରିବାକୁ ୩୨୦୮ କୋଟି ଟଙ୍କା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।