ଆଜି ଭୁବନେଶ୍ୱରରୁ ୩୧୬ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ୩୨୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ କ୍ୱାରେଣ୍ଟାଇନ୍‌ରୁ ୮୩ ଓ ଲୋକାଲ କଣ୍ଟାକ୍ଟ କେସ ୨୩୮ ରହିଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟ୍ୱିଟ୍‌ କରିଛି। ଏହାଛଡ଼ା ୩୩୧ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛି।


ଆଚାର୍ଯ୍ୟ ବିହାରରୁ ୬, ବମିଖାଲରୁ ୯, ଚନ୍ଦ୍ରଶେଖରପୁରରୁ ୭, ଭରତପୁରରୁ ୪, ଡୁମ୍‌ଡୁମାରୁ ୫, ପଟିଆରୁ ୧୩, ରସୁଲଗଡ଼ରୁ ୧୩, ଲକ୍ଷ୍ମୀସାଗରରୁ ୫, ଝାରପଡ଼ାରୁ ୫, ବରମୁଣ୍ଡାରୁ ୭, ଶୈଳଶ୍ରୀ ବିହାରରୁ ୯, ମଞ୍ଚେଶ୍ୱରରୁ ୯, ନୟାପଲ୍ଲିରୁ ୭, ପଳାସପଲ୍ଲୀରୁ ୪, ପାତ୍ରପଡ଼ାରୁ ୫, ସହିଦ ନଗରରୁ ୪, ଓଲ୍‌ଡ ଟାଉନ୍‌ରୁ ୧୨, ୟୁନିଟ୍‌-୮ରୁ ୫, ସୁନ୍ଦରପଦାରୁ ୬, ନୀଳାଦ୍ରି ବିହାରରୁ ୯ ଜଣ ଲୋକାଲ କେସ ଚିହ୍ନଟ ହୋଇଛନ୍ତି।