ରାଜ୍ୟରେ ଆଜି ଆଉ ୩୧୪୪ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର:  ରାଜ୍ୟରେ ଆଜି ଆଉ ୩୧୪୪ କରୋନା ପଜିଟିଭ୍‌ ଚିହ୍ନଟ। କ୍ୱାରେଣ୍ଟାଇନ୍‌ରୁ ୧୮୨୫, ଲୋକାଲ କେସ୍‌ ୧୩୧୯ ରହିଛି। ଖୋର୍ଦ୍ଧାରେ କମୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୬୨ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କଟକରୁ ୨୪୩, ସମ୍ବଲପୁରରୁ ୧୩୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।


ଅନୁଗୁଳରୁ ୧୨୮ , କଳାହାଣ୍ଡି ୧୨୪, କନ୍ଧମାଳ ୧୧୬, ଭଦ୍ରକରୁ ୧୦୧ , ଯାଜପୁର ୧୦୧, ମୟୂରଭଞ୍ଜରୁ ୧୧୫, ନୂଆପଡାରୁ ୧୧୪, ପୁରୀରୁ ୧୨୨ , ସୁନ୍ଦରଗଡ଼ ୧୦୫, ନବରଙ୍ଗପୁରରୁ ୧୦୭ ଓ ବଲାଙ୍ଗିର ୮୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ପଜିଟିଭ୍‌ ୨ଲକ୍ଷ ୪୪ ହଜାର ୧୪୨କୁ ବୃଦ୍ଧି ହୋଇଛି। ୨୯ ହଜାର ୪୪୩ ଜଣ ଚିକିତ୍ସିତ ହୋଇଥିବା ବେଳେ ୨ ଲକ୍ଷ ୧୩ ହଜାର ୬୭୨ ଜଣ ସୁସ୍ଥ ହୋଇଛନ୍ତି ।