ଆଜି ଭୁବନେଶ୍ୱରରେ ୩୧୨ ଜଣ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରେ କରୋନା ଭାଇରସ ଜନିତ ମୃତ୍ୟୁ ସଂଖ୍ୟା ୧୦୦ରେ ପହଞ୍ଚିଛି। ଭୁବନେଶ୍ୱରରୁ ଆଜି ମୋଟ୍‌ ୩୧୨ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ୫୮ ଜଣ ସଂଗରୋଧ ଓ ୨୫୪ ଜଣ ସ୍ଥାନୀୟ ଅଂଚଳରୁ ଅଛନ୍ତି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ଭୁବନେଶ୍ୱରରୁ ଆଜି ୩୨୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।


ସଂଗରୋଧରୁ ଚିହ୍ନଟ ୫୮ ଜଣ କରୋନା ପଜିଟିଭ ବ୍ୟକ୍ତିମାନେ ପୂର୍ବରୁ ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ। ଆଜି ଚନ୍ଦ୍ରଶେଖରପୁରରୁ ୫ ଜଣ, ପଟିଆରୁ ୪ ଜଣ, ବଡ଼ଗଡ଼, ୟୁନିଟ-୬, ୟୁନିଟ-୮, ଖାରବେଳ ନଗର, ସହିଦ ନଗର, ଟଙ୍କପାଣି ରୋଡରୁ ୨ ଜଣ ଲେଖାଏଁ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସ୍ଥାନୀୟ ସଂକ୍ରମଣ ଯୋଗୁଁ ଆଜି ପଟିଆରୁ ସର୍ବାଧିକ ୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୟାପଲ୍ଲୀରୁ ୧୩ ଜଣ, ଝାରପଡ଼ାରୁ ୧୦ ଜଣ, ଚନ୍ଦ୍ରଶେଖରପୁରରୁ ୯ ଜଣ ୟୁନିଟ-୬, ୟୁନିଟ-୮ରୁ ୮ ଜଣ ଲେଖାଏଁ, ବାପୁଜୀ ନଗର, ଶୈଳଶ୍ରୀ ବିହାରରୁ ୭-୭ ଜଣ, ସହିଦ ନଗରରୁ ୬ ଜଣ, ଅଶୋକ ନଗର, ଭୀମଟାଙ୍ଗୀ, ରସୁଲଗଡ଼, ନିଳାଦ୍ରୀ ବିହାର, ସୁନ୍ଦରପଦା, ୟୁନିଟ-୪ରୁ ୫-୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।