ଆଜି ଭୁବନେଶ୍ୱରରୁ ୩୦୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମର ବିଭିନ୍ନ ଅଂଚଳରୁ ଗତ ୨୪ ଘଣ୍ଟାରେ  ମୋଟ୍‌  ୩୦୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜଧାନୀରେ ମୋଟ ଆକ୍ରାନ୍ତ ସଂଖ୍ୟା  ୧୦,୭୩୨ ଛୁଇଁଛି । ଏହା ମଧ୍ୟରୁ ସକ୍ରିୟ ଆକ୍ରାନ୍ତ ସଂଖ୍ୟା  ୪୦୪୩ ରହିଛି । ଚିହ୍ନଟ ହୋଇଥିବା ୩୦୭ଟି ମାମଲା ମଧ୍ୟରୁ ୧୩୫ଟି କ୍ୱାରେଣ୍ଟାଇନ ମାମଲା ହୋଇଥିବା ବେଳେ ୧୭୨ଟି ସ୍ଥାନୀୟ ସଂକ୍ରମଣ ।

ସେହିପରି ମଙ୍ଗଳବାରଦିନ ୩୦୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାଯାଇଛି । ଏହା ସହିତ ଭୁବନେଶ୍ୱରରେ ମୋଟ ସୁସ୍ଥସଂଖ୍ୟା ୬୬୩୫ରେ ପହଞ୍ଚିଥିବା ବେଳେ  ମୃତ୍ୟୁସଂଖ୍ୟା  ୪୨ରହିଛି ବୋଲି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି । ଗତକାଲି ଭୁବନେଶ୍ୱରରେ ୪୦୪ ଟି ନୂଆ ସଂକ୍ରମଣ ଚିହ୍ନଟ ହୋଇଥିଲା ।  ତେବେ ଗତକାଲି ଜଣେ କରୋନା ଆକ୍ରାନ୍ତ  ମୃତ୍ୟୁବରଣ କରିଥିବାବେଳେ ଆଜି କେହି ମୃତ୍ୟୁବରଣ କରିନାହାନ୍ତି ।