ଆଜି ଭୁବନେଶ୍ୱରରୁ ୩୦୬ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣ ଧୀରେ ଧୀରେ କମିବାରେ ଲାଗିଛି। ଆଜି ଭୁବନେଶ୍ୱରରୁ ୩୦୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୨୩ କ୍ୱାରେଣ୍ଟିନ୍‌ରେ ଥିବା ବେଳେ ୧୮୩ ଲୋକାଲ୍‌ କେସ ରହିଛନ୍ତି। ଏହାଛଡ଼ା ଆଜି ୫୦୬ ଜଣ କରୋନାରୁ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟ୍ୱିଟ୍‌ କରି ସୂଚନା ଦେଇଛି।

ଆଜି ଅଶୋକ ନଗରରୁ ୩, ଚକେଇଶିଆଣିରୁ ୪, ସିଆର୍‌ପିଏଫ୍‌ କ୍ୟାମ୍ପସରୁ ୫, ଚନ୍ଦ୍ରଶେଖରପୁରରୁ ୩, ମଞ୍ଚେଶ୍ୱରରୁ ୪, ଲକ୍ଷ୍ମୀସାଗରରୁ ୧୦, ଖଣ୍ଡଗିରିରୁ ୪, କପିଳେଶ୍ୱରରୁ ୩, ଜୟଦେବ ବିହାରରୁ ୩, ଆଇଆର୍‌ସି ଭିଲେଜରୁ ୪, ନ୍ୟୁ ଫରେଷ୍ଟ ପାର୍କ ଅଞ୍ଚଳରୁ ୩, ନୀଳାଦ୍ରି ବିହାରରୁ ୪, ରସୁଲଗଡ଼ରୁ ୫, ୟୁନିଟ୍‌-୯ରୁ ୭, ୟୁନିଟ୍‌-୨ରୁ ୩, ଟଙ୍କପାଣି ରୋଡ୍‌ ଅଞ୍ଚଳରୁ ୫, ସତ୍ୟନଗରରୁ ୩, ଶୈଳଶ୍ରୀ ବିହାରରୁ ୪ ଓ ସହିଦ ନଗରରୁ ୭ ଲୋକାଲ୍‌ କେସ ଚିହ୍ନଟ ହୋଇଛନ୍ତି।