ଆଜି ସର୍ବାଧିକ ୩୦୪ଜଣ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଜି ସର୍ବାଧିକ ୩୦୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୧୬୦କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୩୨ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୨୭୨ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଏମାନଙ୍କ ଭିତରେ ପଶ୍ଚିମବଙ୍ଗରୁ ଅମ୍ଫାନ ବାତ୍ୟାର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଫେରିଥିବା ୪୨ଜଣ ଅଗ୍ନିଶମ ଓ ଏନଡିଆରଏଫ୍ ଯବାନ୍ ଥିବାର ସୂଚନା ଦିଆଯାଇଛି।


ଆଜି ୨୧ଟି ଜିଲ୍ଲାରୁ ଆଜି ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ଗଜପତି ଜିଲ୍ଲାରୁ ସର୍ବାଧିକ ୪୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ  ଖୋର୍ଦ୍ଧା ଜିଲ୍ଲାରୁ ୫ , ମାଲକାନଗିରି ଜିଲ୍ଲାରୁ ୨, କଟକ ଜିଲ୍ଲାରୁ ୧୩, ନୟାଗଡ଼ ଜିଲ୍ଲାରୁ ୩, ଜଗତସିଂହପୁର ଜିଲ୍ଲାରୁ ୨୯, ଝାରସୁଗୁଡ଼ା ଜିଲ୍ଲାରୁ ୨୫ , ବାଲେଶ୍ୱର ଜିଲ୍ଲାରୁ ୧୭, ଢେଙ୍କାନାଳ ଜିଲ୍ଲାରୁ ୧,  ସୋନପୁର ଜିଲ୍ଲାରୁ ୪, କନ୍ଧମାଳ ଜିଲ୍ଲାରୁ ୧୨ ଭଦ୍ରକ ଜିଲ୍ଲାରୁ ୧୧, ବରଗଡ଼ ଜିଲ୍ଲାରୁ ୧୪, ଯାଜପୁର ଜିଲ୍ଲାରୁ ୨୧, ଗଞ୍ଜାମ ଜିଲ୍ଲାରୁ ୪୦, ପୁରୀ ଜିଲ୍ଲାରୁ ୩ , ସୁନ୍ଦରଗଡ଼ ଜିଲ୍ଲାରୁ ୧, ସମ୍ବଲପୁର ଜିଲ୍ଲାରୁ ୨, ବଲାଙ୍ଗୀର ଜିଲ୍ଲାରୁ ୧,  ମୟୁରଭଞ୍ଜ ଜିଲ୍ଲାରୁ ୬, କେନ୍ଦ୍ରାପଡ଼ା ଜିଲ୍ଲାରୁ ୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଏବେ ରାଜ୍ୟରେ ମୋଟ୍ ୩୫୩୪ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬୦୭ ରହିଛି। ଅପରପକ୍ଷରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି। କରୋନା ବ୍ୟତୀତ ଅନ୍ୟ ରୋଗରେ ୪ ପୀଡ଼ିତଙ୍କର ବି ମୃତ୍ୟୁ ଘଟିଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।