ଆଜି ରାଜ୍ୟରେ ୩୦୨୫ ନୂଆ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ଆଜି ରାଜ୍ୟରେ ୩୦୨୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୮୪୪ ଓ ସ୍ଥାନୀୟ ଅଞ୍ଚଳରୁ ୧୧୮୧ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ପଜିଟିଭ୍‌ ସଂଖ୍ୟା ୧ ଲକ୍ଷ ୬ ହଜାର ୫୬୧କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୬୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳ କଟକ ଜିଲ୍ଲାରୁ ଦ୍ବିତୀୟ ସର୍ବାଧିକ ୩୧୨ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ନୟାଗଡ଼ ଜିଲ୍ଲାରୁ ୬୭, ଗଞ୍ଜାମ ଜିଲ୍ଲାରୁ ୨୦୭, ବଲାଙ୍ଗୀର ଜିଲ୍ଲାରୁ ୨୪, ବାଲେଶ୍ବର ଜିଲ୍ଲାରୁ ୪୦, କୋରାପୁଟ ଜିଲ୍ଲାରୁ ୧୩୯, ଭଦ୍ରକ ଜିଲ୍ଲାରୁ ୯୪, ରାୟଗଡ଼ା ଜିଲ୍ଲାରୁ ୧୩, ପୁରୀ ଜିଲ୍ଲାରୁ ୧୩୬, ସୁନ୍ଦରଗଡ଼ ଜିଲ୍ଲାରୁ ୫୬, ଜଗତସିଂହପୁର ଜିଲ୍ଲାରୁ ୭୮, ସମ୍ବଲପୁର ଜିଲ୍ଲାରୁ ୮୩, କଳାହାଣ୍ଡି ଜିଲ୍ଲାରୁ ୮୨, ଯାଜପୁର ଜିଲ୍ଲାରୁ ୮୫, କନ୍ଧମାଳ ଜିଲ୍ଲାରୁ ୨୨, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୨୮, ମାଲକାନଗିରି ଜିଲ୍ଲାରୁ ୩୨, ଗଜପତି ଜିଲ୍ଲାରୁ ୨୯, ମୟୂରଭଞ୍ଜ ଜିଲ୍ଲାରୁ ୨୧୫ , ଝାରସୁଗୁଡ଼ା ଜିଲ୍ଲାରୁ ୫୫, ଢେଙ୍କାନାଳ ଜିଲ୍ଲାରୁ ୧୩୨, ନବରଙ୍ଗପୁର ଜିଲ୍ଲାରୁ ୪୬, କେନ୍ଦୁଝର ଜିଲ୍ଲାରୁ ୫୦, ସୁବର୍ଣ୍ଣପୁର ଜିଲ୍ଲାରୁ ୨୨, ଅନୁଗୁଳ ଜିଲ୍ଲାରୁ ୫୮, ବରଗଡ଼ ଜିଲ୍ଲାରୁ ୬୧, ନୂଆପଡ଼ା ଜିଲ୍ଲାରୁ ୭୯, ଦେବଗଡ଼ ୧ ଓ ବୌଦ୍ଧ ଜିଲ୍ଲାରୁ ୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।