ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଜି ୩୦୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୩୯୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ନୂଆ ପଜିଟିଭଙ୍କ ମଧ୍ୟରେ ସଂଗରୋଧରୁ ୮୩ ଜଣ ଓ ସ୍ଥାନୀୟ ଅଂଚଳରୁ ୨୧୮ ଜଣ ଆକ୍ରାନ୍ତ ବୋଲି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ସଂଗରୋଧରୁ ଚିହ୍ନଟ ସମସ୍ତ ଆକ୍ରାନ୍ତ ପୂର୍ବରୁ ଚିହ୍ନଟ ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିଲେ । ଭୁବନେଶ୍ୱରରରୁ ଆଜି ୩୯୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଯାଇଛନ୍ତି ।
Update on newly detected #COVID19 cases in the last 24 hrs under the BMC area on 23rd Sep 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitized & will be under active surveillance. pic.twitter.com/gsHjyUmViJ— BMC (@bmcbbsr) September 23, 2020
ବିଏମସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଚନ୍ଦ୍ରଶେଖରପୁରରୁ ୧୨ ଜଣ, ଡୁମଡୁମାରୁ ୧୦ ଜଣ, ପଟିଆରୁ ୯ ଜଣ, ଶୈଳଶ୍ରୀ ବିହାରରୁ ୭ ଜଣ, ଭିଏସଏସ ନଗର, କଳିଙ୍ଗନଗର, ନିଳାଦ୍ରୀ ବିହାର, ପୁରୁଣା ଭୁବନେଶ୍ୱର, ବମିଖାଲ ରୁ ୬ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ସେହିପରି ଝାରପଡ଼ାରୁ ୮ ଜଣ, ଡମଣା, ମଂଚେଶ୍ୱରରୁ ୫ ଜଣ ଲେଖାଏଁ, ବିଜେବି ନଗର, ସାମନ୍ତରାପୁର, ପୋଖରିପୁଟ, ପ୍ରଶାନ୍ତିବିହାରରୁ ୪-୪ ଜଣ, ପଳାଶୁଣୀ, ଟଙ୍କପାଣିରୁ ୩ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ବିଗତ ଏକ ସପ୍ତାହ ମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ ପୂର୍ବାପେକ୍ଷା କରୋନା ପଜିଟିଭ ହ୍ରାସ ପାଇବାରେ ଲାଗିଛି ।