୩୦ ଜୁନ୍ ଯାଏଁ ଗାଡି କାଗତପତ୍ରର ନବୀନକରଣ ନାହିଁ ଆବଶ୍ୟକତା

କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟର ନିଷ୍ପତିକୁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ସ୍ୱାଗତ

ଭୁବନେଶ୍ୱର: ଫେବୃୟାରୀରେ ଶେଷ ହୋଇଥିବା ଗାଡିଗୁଡିକର କାଗଜପତ୍ରର ନବୀନକରଣର ଆବଶ୍ୟକତା ନାହିଁ । ବର୍ତମାନ ପରିସ୍ଥିତିରେ ଏହା ଜୁନ୍ ୩୦ ଯାଏଁ ବୈଧ ବିବେଚନା କରାଯିବ । ଗାଡି ଫିଟନେସ୍‌, ଡାଇଭିଂ ଲାଇସେନ୍ସ ଏବଂ ପରମିଟ କ୍ଷେତ୍ରରେ ବି ଏହି ସର୍ତ ଲାଗୁ ହେବ ବୋଲି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି ।

ଯଦି ଆପଣଙ୍କର ଗାଡ଼ିର ଫିଟନେସ୍, ଡ୍ରାଇଭିଂ ଲାଇସେନ୍ସ, କିମ୍ବା ପଲ୍ୟୁସନ ଏବଂ ପରମଟର ବୈଧତା ଏହି ସମୟରେ ସରୁଛି ତେବେ ଏଥିପାଇଁ ଆପଣଙ୍କୁ ଏବେ ଆଉ କୌଣସି ପ୍ରମାଣପତ୍ରର ନବୀକରଣ କରିବାକୁ ପଡ଼ିବ ନାହିଁ । କାରଣ ଏହା ବର୍ତମାନ ଆପଣାଛାଏଁ ଜୁନ୍ ୩୦ ତାରିଖ ଯାଏଁ ନବୀକରଣ ହୋଇଯିବ । ଏପରିକି ବାଟରେ ଯଦି ଆପଣଙ୍କୁ କୌଣସି ଟ୍ରାଫିକ୍ ଅଧିକାରୀ ଅଟକାନ୍ତି ଗାଡ଼ି ଯାଂଚ କରନ୍ତି ଏବଂ ଏହି ସମୟରେ ଯଦି ଆପଣଙ୍କର ଡିଏଲ କିମ୍ବା ଗାଡ଼ିର ଅନ୍ୟ କୌଣସି ପ୍ରମାଣପତ୍ରର ବୈଧତା ଶେଷ ହୋଇଯାଇଥିବ, ତେବେ ଏଥିପାଇଁ ଆପଣଙ୍କଠାରୁ ଜରିମାନା ଆଦାୟ କରିପାରିବ ନାହିଁ ପୋଲିସ । ଏନେଇ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ କରୋନା ମୁକାବିଲା ପାଇଁ ଦେଶବ୍ୟାପୀ ଜାରି ହୋଇଥିବା ଲକଡାଉନ ପରିସ୍ଥିତିକୁ ନଜରରେ ରଖି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରାଳୟ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି ।

ଏହାକୁ ରାଜ୍ୟର ପରିବହନ ବିଭାଗ ପକ୍ଷରୁ ସ୍ୱାଗତ କରାଯାଇଛି। ଏନେଇ ରାଜ୍ୟ ସରକାରଙ୍କ ପରିବହନ ଅଥରିଟି (ଏସଟିଏ) ପକ୍ଷରୁ ବି ଟୁଇଟ୍ କରାଯାଇ ସୂଚନା ଦିଆଯାଇଛି।