ରାଜ୍ୟରେ ସୁସ୍ଥ ହେଲେ ଆଉ ୩୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର :  ଓଡିଶାବାସୀଙ୍କ ପାଇଁ ଖୁସି ଖବର । ରାଜ୍ୟରେ ସୁସ୍ଥ ହେଲେ ଆଉ ୩୦ ଜଣ କରୋନା ଆକ୍ରାନ୍ତ । ତେବେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ଗଞ୍ଜାମରୁ ୨୦ଜଣ, କେନ୍ଦ୍ରାପଡାରୁ ୫ ଜଣ, ବାଲେଶ୍ୱର ଏବଂ ଭଦ୍ରକ ଜିଲ୍ଲାରୁ ୨ ଜଣ ଲେଖାଏଁ ସୁସ୍ଥ୍ୟ ହୋଇଥିବା ବେଳେ ନୟାଗଡରୁ ଜଣେ ଆକ୍ରାନ୍ତ ସୁସ୍ଥ୍ୟ ହୋଇଥିବା ସ୍ପଷ୍ଟ କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଏବେ ରାଜ୍ୟରେ ୩୦୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।