ରାଜଧାନୀ ଡ୍ରେନ୍‌ରେ ଭାସିଗଲେ ୩ ଯୁବକ !

ଭୁବନେଶ୍ୱର:  ସ୍ମାର୍ଟ ସିଟି ଭୁବନେଶ୍ୱରର ଡ୍ରେନେଜ ବ୍ୟବସ୍ଥା ମଧ୍ୟ ଖୁବ୍‌ ସ୍ମାର୍ଟ। ଅସରାଏ ବର୍ଷା ହେଲେ ଏଠି ପାଣିର ସୁଅ ଚାଲେ। କେଉଁଠି ରାସ୍ତା କେଉଁଠି ଡ୍ରେନ ଜାଣିବା ଅସମ୍ଭବ। ଏପରି ସ୍ଥିତିରେ ରାଜଧାନୀର ମୁକୁଳା ଡ୍ରେନରେ ପଡ଼ି ବହୁ ଲୋକଙ୍କ ମୃତ୍ୟୁ ହେଲାଣି। ତଥାପି ଚେତୁନି ବିଏମ୍‌ସି। ଗତ ରାତିରେ ପୁଣି ଏହିପରି ଏକ ଅଘଟଣ ଘଟିଥିବା ନଜରକୁ ଆସିଛି।

ଗତକାଲି ବିଳମ୍ବିତ ରାତିରେ  ସ୍ମାର୍ଟ ସିଟି ଭୁବନେଶ୍ୱରର ଆଚାର୍ଯ୍ୟ ବିବାହର ଅଞ୍ଚଳର ଏକ ଡ୍ରେନ୍‌ରେ ୩ ଯୁବକ ଭାସି ଯାଇଥିବା ସୂଚନା ମିଳିଛି। ବର୍ଷା ହେତୁ ରାସ୍ତା ଉପରେ ପ୍ରବଳ ପାଣି ଚାଲୁଥିଲା। ଏହି ସମୟରେ ଆଚାର୍ଯ୍ୟବିହାର-ଜୟଦେବ ବିହାର ମଝି ଅଞ୍ଚଳରେ ବାଇକ୍‌ରେ ଯାଉଥିବା ବେଳେ ଏହି ଯୁବକମାନେ ଭାସିଯାଇଥିବା ଅନୁମାନ କରାଯାଉଛି।  ସେମାନେ ଉତ୍କଳ ଭିଲ୍ଲାସ୍ ପାଖ ଅଣ୍ଡରପାସ୍‌ ପାଖରେ ଯାଉଥିବା ବେଳେ ପାଣି ସୁଅରେ ଭାସି ଯାଉଥିବା ଦେଖିବାକୁ ମିଳିଛି ।