କୋରୋନା କବଳରେ ୩ ବର୍ଷର କୋମଳମତି ଶିଶୁ

କୋଚି: କେରଳରେ ପୁଣି ଚିହ୍ନଟ ହେଲା କୋରୋନା ଆକ୍ରାନ୍ତ । କୋଚିର ଏକ ୩ ବର୍ଷ ଶିଶୁ ଠାରେ କୋରୋନା ପଜେଟିଭ ମିଳିଛି । ମାର୍ଚ୍ଚ ୭ ତାରିଖ ଦିନ ଶିଶୁଟି ନିଜ ପରିବାର ସହ ଇଟାଲୀରୁ ଭାରତକୁ ଫେରିଥିବାବେଳେ, ସେଠାରୁ ସଂକ୍ରମିତ ହୋଇଥିବା ସୂଚନା ।

ଶିଶୁଟିକୁ କଲାମାସେରୀ ମେଡିକାଲରେ ଭର୍ତି କରାଯିବା ସହ ଅଭିଭାବକଙ୍କୁ ଆଇସୋଲେସନରେ ୱାର୍ଡକୁ ପଠାଯାଇଛି । ସେମାନଙ୍କର ମଧ୍ୟ ପରୀକ୍ଷା କରାଯିବ । ବର୍ତମାନ କେରଳରେ ଆକ୍ରାନ୍ତଙ୍କ ସଂଖ୍ୟା ୬ କୁ ବୃଦ୍ଧି ହୋଇଥିବାବେଳେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୦ରେ  ପହଂଚିଛି ।

ଦୁବାଇ-କୋଚି ଇକେ ୫୦୩ ବିମାନ ଯୋଗେ ଗତ ଶନିବାର ଭାରତରେ ପହଂଚି ପରେ ବିମାନ ବନ୍ଦରରେ ସ୍କ୍ରିନିଂ କରାଯାଇଥିଲା । ଏହି ସମୟରେ ଶିଶୁଟି ଦେହରେ ତାପମାତ୍ରା ଥିବା ଜଣାପଡିବା ପରେ ଶିଶୁଟିକୁ ତୁରନ୍ତ ଆଇସୋଲେସନ ୱାର୍ଡକୁ ପଠାଯାଇଛି ।

କେରଳର ଗୋଟିଏ ପରିବାର ୫ ଜଣ ସଦସ୍ୟ ଆକ୍ରାନ୍ତ ହୋଇଥିବାବେଳେ ନିକଟରେ ଇଟାଲୀରୁ ଫେରିଥିବା ୩ ଜଣଙ୍କ ମଧ୍ୟ କୋରୋନା ଭାଇରସ ଦେଖାଦେଇଛି । ଯାହାକୁ ନେଇ ସାରା ରାଜ୍ୟରେ ହାଇଆଲର୍ଟ ଜାରି ହୋଇଛି ।