ପାଣି ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକ ମୃତ

ଭୁବନେଶ୍ୱର: ରାଜଧାନୀରେ ଅଭାବନୀୟ ଘଟଣା। ପାଣି ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମଞ୍ଚେଶ୍ୱର ଥାନା ପାଣ୍ଡରା ଅଞ୍ଚଳରେ ଏମିତି ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଜଣେ ବ୍ୟକ୍ତିଙ୍କ ଘର ତିଆରି ଚାଲୁଥିଲା ବେଳେ ୩ ଜଣ ଶ୍ରମିକ ନିୟୋଜିତ ଥିଲେ | ତେବେ ପାଣି ଷ୍ଟୋରେଜ୍‌ ପାଇଁ ସେଫଟିକ୍‌ ଟାଙ୍କିର ଫଲସ୍‌ ଖସିପଡିବାରୁ ଏହି ଶ୍ରମିକମାନଙ୍କର ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ମଞ୍ଚେଶ୍ୱର ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛି।

ମୃତ ୩ ଶ୍ରମିକଙ୍କର ଘର ପଶ୍ଚିମବଙ୍ଗରେ ବୋଲି ଜଣାପଡିଛି।  ପୁଲିସ୍‌ ପହଁଛି ଘଟଣାର ଛାନ୍‌ଭିନ୍‌ କରୁଛି। ଘଟଣାସ୍ଥଳରେ ଘର ମାଲିକ ଓ  ଠିକାଦାର ଅନୁପସ୍ଥିତ ରହିଛନ୍ତି। ମୃତକମାନେ ହେଲେ ସମୀରନ ମୁନିଆ, ବାସୁଦେବ ମଣ୍ଡଲ ଓ ଦିଗରାମ ମଣ୍ଡଲ । ସେମାନେ ପଶ୍ଚିମବଙ୍ଗ ମେଦିନାପୁରର ବୋଲି ଜଣାପଡ଼ିଛି ।