ତିନି ଜୈଶ୍‌ ଆତଙ୍କବାଦୀଙ୍କୁ ଗିରଫ କଲେ ନିରାପତ୍ତା ବଳ

ଶ୍ରୀନଗର: ରବିବାର ଶ୍ରୀନଗର ଉପକଣ୍ଠରୁ ନିରାପତ୍ତା ବଳର ଯବାନମାନେ ଜୈଶ୍‌-ଏ-ମହମ୍ମଦ୍‌ର ତିନି ଜଣ ଆତଙ୍କବାଦୀଙ୍କୁ ଗିରଫ କରିଥିବା କଥା ପୁଲିସ କହିଛି। ଗିରଫ ହୋଇଥିବା ଆତଙ୍କବାଦୀମାନେ ହେଲେ ରୟୀସ୍‌ ହୁରା, ସହିଦ ଭଟ ଏବଂ ଇଶ୍‌କ୍‌ ଲୋନ୍‌। ପୁଲିସର ଜଣେ ମୁଖପାତ୍ର କହିଛନ୍ତି, ବିଶ୍ୱସ୍ତ ସୂତ୍ରରୁ ତଥ୍ୟ ପାଇବା ପରେ ଆଜି ଶ୍ରୀନଗର-ବାରମୂଳା ରାସ୍ତାରେ ନିଷିଦ୍ଧ ଆତଙ୍କବାଦୀ ସଙ୍ଗଠନ ଜୈଶ୍‌-ଏ-ମହମ୍ମଦ୍‌ ସହ ଅନୁବନ୍ଧିତ ତିନିଜଣ କାର୍‌ ଆରୋହୀ ଆତଙ୍କବାଦୀଙ୍କୁ ଲେଓ୍ଵପୋରା ଠାରେ ପୁଲିସ ଓ ନିରାପତ୍ତା ବଳ ଗିରଫ କରିଛନ୍ତି। ମୁଖପାତ୍ରଜଣକ ଆହୁରି କହିଛନ୍ତି ଯେ ତିନି ଆତଙ୍କବାଦୀଙ୍କ ଠାରୁ ପୁଲସ ଗୁଡ଼ାଏ ଅଫୁଟା ଗୁଳି ସହ ଆଗ୍ନେୟାସ୍ତ୍ର ଜବତ କରିଛି ।