୩ ଟ୍ରେନ୍ ରେ ଓଡ଼ିଶା ଫେରୁଛନ୍ତି ପ୍ରବାସୀ ଓଡ଼ିଆ

ଭୁବନେଶ୍ୱର: ଓଡ଼ିଶା କରୁଛି କରୋନା ମୁକାବିଲା । ଲକ୍ ଡାଉନରେ ଫସିଥିବା ପ୍ରବାସୀ ଓଡ଼ିଆଙ୍କୁ ଓଡ଼ିଶା ଫେରାଇବାକୁ ପ୍ରକ୍ରିୟା ଚାଲିଛି । ଆଜି ଓଡିଶା ଅଭିମୁଖେ ଆସୁଛି ୩ ଟି ଟ୍ରେନ।

ଓଡ଼ିଆ ଶ୍ରମିକଙ୍କ ପାଇଁ ରେଳବାଇ ଚଳାଇଥିବା ସ୍ୱତନ୍ତ୍ର ଟ୍ରେନରେ ଆଜି ଓଡିଶା ଫେରିବେ ଓଡ଼ିଆ। ସାରା ଦେଶରେ କରୋନା ଲକ ଡାଉନ ଫଳରେ ବିଭିନ୍ନ ରାଜ୍ୟରେ ଫସି ରହିଥିବା ଶ୍ରମିକଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବା ପ୍ରକ୍ରିୟାରେ ଆଜି ୩ଟି ଟ୍ରେନ ରେ ପ୍ରବାସୀ ଓଡ଼ିଆ ଫେରୁଛନ୍ତି । ଆଜି ଗୁଜରାଟ ସୁରତ ରୁ ୨ଟି ଟ୍ରେନ ଓ କେରଳ ଏର୍ଣ୍ଣକୁଲମ୍ ରୁ ଗୋଟିଏ ଟ୍ରେନ୍ ଓଡ଼ିଶା ଅଭିମୁଖେ ଆସୁଛି । ସୁରତ ରୁ ୧ଟି ଟ୍ରେନ ଆଜି ଅପରାହ୍ନ ୪ ଟା ରେ ବାହାରିବାକୁ ଥିବାବେଳେ ଗୋଟିଏ ରାତି ୧୦ ଟା ରେ ବାହାରିବ । ଏହି ଦୁଇଟି ଟ୍ରେନ୍ ବ୍ରହ୍ମପୁର ଆସିବ । କେରଳ ଏର୍ଣ୍ଣକୁଲମ୍ ରୁ ଗୋଟିଏ ଟ୍ରେନ୍ ଖୋର୍ଦ୍ଧା ରୋଡ଼ ଅଭମୁଖେ ଆସିବ । ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି ପ୍ରବସୀଙ୍କୁ ଫେରାଇ ଆଣିବାକୁ ଉଦ୍ୟମ ଚାଲିଛି ।

ଗୋଟିଏ ଗୋଟିଏ ଟ୍ରେନରେ ୧ ହଜାରରୁ ୧୨ ଶହ ଶ୍ରମିକ ଆସୁଥିବା ଜଣାପଡିଛି । ଘର ବାହୁଡ଼ା ପ୍ରତ୍ୟେକ ଶ୍ରମିକ ପିଛା ସ୍ଲିପର କ୍ଲାସ ଟିକେଟ ଭଡା ସହିତ ମିଲ ପାଇଁ ୩୦ ଟଙ୍କା ଓ ପାଣି ପାଇଁ ୨୦ ଟଙ୍କା ଲେଖାଇ ଚାର୍ଜ କରିବ ରେଳବାଇ । ଏହି ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ।