ଏ ବର୍ଷ ଭଙ୍ଗା ହେବନି ଶ୍ରୀକ୍ଷେତ୍ରର ତିନି ରଥ

ପୁରୀ: ଚଳିତବର୍ଷ ଭଙ୍ଗାହେବନି ଶ୍ରୀକ୍ଷେତ୍ରର ତିନି ରଥ । ଏଗୁଡିକୁ ସଂରକ୍ଷିତ ରଖାଯିବ । କରୋନା କଟକଣା ଭିତରେ ଚଳିତବର୍ଷର ରଥଯାତ୍ରା ଶେଷ ହୋଇସାରିଛି । ତେବେ ରଥଯାତ୍ରା ସରିବା ପରେ ମଧ୍ୟ ତିନି ରଥକୁ ନଭାଙ୍ଗିବାକୁ ସ୍ଥିର କରାଯାଇଛି ।

ଜଗନ୍ନାଥ ବଲ୍ଲଭ ପରିସରରେ ୩ ରଥକୁ ରଖାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ତେଣୁ ଜଗନ୍ନାଥ ବଲ୍ଲଭ ସଂଗ୍ରହାଳୟରେ ରଥ ରଖାଯିବା ନେଇ ନିର୍ମାଣ ଚାଲିଛି । କିଭଳି ରଥକୁ ନଭାଙ୍ଗି ରଖାଯିବ ଏନେଇ ବିଶ୍ୱକର୍ମା, ଭୋଇ ସେବାୟତଙ୍କ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଲୋଚନା କରିଛନ୍ତି।