ନିଜାମୁଦ୍ଦିନ୍ ରୁ ଆସିଥିବା କ୍ୱାରେନଂଟାଇନ୍‌ରେ ଅଛନ୍ତି ୩ଜଣ

ଭୁବନେଶ୍ୱର: ଦିଲ୍ଲୀର ନିଜାମୁଦ୍ଦିନ୍ ର ଧାର୍ମିକ ସମାବେଶରେ ଯୋଗ ଦେଇଥିବା ହଜାର ହଜାର ଲୋକଙ୍କ ମଧ୍ୟରୁ ଏଯାବତ୍ ୨୪ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିବାବେଳେ ୭ଜଣ ମୃତ୍ୟୁର ଶିକାର ହୋଇସାରିଛନ୍ତି । ଅନ୍ୟପଟେ ଏହି ସମାବେଶରେ ଓଡ଼ିଶାର ୧୫ଜଣ ସାମିଲ ଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ୩ଜଣ କ୍ୱାରେନଂଟାଇନ୍ ରେ ରହିଥିବାବେଳେ ଆଉ ବାକି ଲୋକଙ୍କର ଏଯାବତ୍ ପତା ମିଳିନାହିଁ ।

ଏନେଇ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବ‌ାଗଚୀ କହିଛନ୍ତି ଯେ,  ମରକାଜ୍ ନିଜାମୁଦ୍ଦିନ ଧାର୍ମିକ ସମାବେଶରୁ ଫେରିଥିବା ୩ ଜଣ ରାଜ୍ୟ ସରକାରଙ୍କ ସହ ସଂପର୍କରେ ଅଛନ୍ତି। ସେମାନଙ୍କୁ ସରକାରୀ ସଙ୍ଗରୋଧରେ ରଖାଯାଇଛି। ଏଥିସହ ‌ଏହି ୩ ଜଣଙ୍କ ପରିବାରକୁ ମଧ୍ୟ ସଙ୍ଗରୋଧରେ ରହିବାକୁ କୁହାଯାଇଛି।ସେଠାରୁ ଫେରିଥିବା ଅନ୍ୟମାନଙ୍କୁ ଖୋଜା ଚାଲିଛି। ସେ ସଂପର୍କରେ ସୂଚନା ମିଳିଲେ ଜଣାଇ ଦିଆଯିବ ବୋଲି ବାଗଚୀ କହିଛନ୍ତି।

ତାବଲିଘି ଜମାତ ପକ୍ଷରୁ ଅନୁଷ୍ଠିତ ଏହି ସମାବେଶ ମାର୍ଚ୍ଚ ୧ରୁ ୧୫ ପର୍ଯ୍ୟନ୍ତ ହୋଇଥିଲା । ତେବେ ଏହି ସମାବେଶ ପାଇଁ ପୁଲିସର ଅନୁମତି ନିଆଯାଇନଥିଲା । ଏହି ସମାବେଶରେ ଇଣ୍ଡୋନେସିଆ, ମାଲେସିଆ ଓ ସାଉଦି ଆରବ ଆଦି ଦେଶରୁ ୨୦୦୦ରୁ ଅଧିକ ପ୍ରତିନିଧି ଯୋଗ ଦେଇଥିଲେ । ସେହିପରି ଭାରତର କେରଳ, ତାମିଲନାଡୁ, ପଶ୍ଚିମବଙ୍ଗ, ତେଲେଙ୍ଗାନା ଓ ଓଡ଼ିଶା ସମେତ ବହୁ ରାଜ୍ୟରୁ ଲୋକ ଏଥିରେ ସାମିଲ ହୋଇଥିଲେ । ତେବେ ଏହି ସମାବେଶରେ ଯୋଗ ଦେଇଥିବା ୨୪ଜଣଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଥିବାବେଳେ ଏଥିମଧ୍ୟରୁ ୮ଜଣଙ୍କର ମୃତ୍ୟୁ ଘଟିଛି । ତେଲେଙ୍ଗାନାର ହାଇଦ୍ରାବାଦରେ ୭ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଶ୍ରୀନଗରରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।