କାର୍ଯ୍ୟରେ ଅବହେଳା ପାଇଁ ୩ ଓଜେଏସ ବହିଷ୍କୃତ

ଭୁବନେଶ୍ବର:ସରକାରୀ ଅଧିକାରୀଙ୍କ ଉପରେ ଜାରି ରହିଛି ଚୋଟ। ଲଗାତାର ଭାବରେ କର୍ତ୍ତବ୍ୟ ରେ ଅବହେଳା ହେଉ କିମ୍ବା ଦୁର୍ନୀତି, ଅନିୟମିତତା ଘଟଣା ହେଉ ଅଫିସର ଙ୍କ ବିରୋଧରେ କଡା ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ସରକାର।

ଗୁରୁବାର ପ୍ରଥମ ଥର ପାଇଁ 3 ଲିଗଲ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସରକାର। ଏମାନେ ହେଲେ APP ପୂର୍ଣ୍ଣଚନ୍ଦ୍ର ନାୟକ, ସୁଧାଂଶୁ ମିଶ୍ର, ବଂଶୀଧର ଦାସ। ଏମାନଙ୍କୁ ଟର୍ମିନେଟ କରାଯାଇଛି। ଆଇନ ବିଭାଗ ଏବେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।