ଗଞ୍ଜାମର ୩ ପଂଚାୟତକୁ ଜାତୀୟ ସମ୍ମାନ

ଭୁବନେଶ୍ୱର: ଜାତୀୟ ସ୍ତରରେ ପୁଣିଥରେ ସମ୍ମାନିତ ହୋଇଛି ଓଡ଼ିଶା । ଓଡ଼ିଶାର ଗଞ୍ଜାମର ଜିଲ୍ଲାର ୩ ପଂଚାୟତକୁ ଜାତୀୟ ସମ୍ମାନରେ ସମ୍ମାନିତ କରାଯାଇଛି ।

ଜାତୀୟ ସମ୍ମାନ ପାଇଥିବା ଏହି ୩ଟି ପଂଚାୟତ ଗଞ୍ଜାମ ଜିଲ୍ଲାର  । ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ କାଇଁଚପୁରକୁ ଶ୍ରେଷ୍ଠ ଉନ୍ନତିମୂଳକ ଯୋଜନା ପାଇଁ ପୁରସ୍କୃତ କରାଯାଇଥିବା ବେଳେ ବେଲଗୁଣ୍ଠା ବ୍ଲକର ବୋଡାବରସିଙ୍ଗକୁ ଶିଶୁ ଉପଯୋଗୀ ପାଇଁ ପୁରସ୍କୃତ କରାଯାଇଛି  । ସେହିପରି ସାନଖେମୁଣ୍ଡି ବ୍ଲକର ପୋଡାମାରୀ ପଂଚାୟତକୁ ନାନାଜୀ ଦେଶମୁଖ ରାଷ୍ଟ୍ରୀୟ ଗୌରବ ଗ୍ରାମସଭା ଭାବେ ପୁରସ୍କାର କରାଯାଇଛି । ଜାତୀୟ ପୁରସ୍କାର ମିଳିଥିବା ନେଇ ପଂଚାୟତିରାଜ, ପାନୀୟ ଜଳ ବିଭାଗର ୱେବସାଇଟରେ ପ୍ରକାଶ ପାଇଛି । ଏପ୍ରିଲ ୨୪ ତାରିଖରେ ରାଷ୍ଟ୍ରୀୟ ପଂଚାୟତିରାଜ ଦିବସ ଅବସରରେ ଏହି ପୁରସ୍କାର ଘୋଷଣା କରାଯାଇଛି ।

ଏନେଇ ମୁଖ୍ୟମନ୍ତ୍ରୀ ନିଜ ଟୁଇଟରେ ଲେଖିଛନ୍ତି ଯେ, କାର୍ଯ୍ୟକ୍ରମ ମାଧ୍ୟମରେ ପଂଚାୟତିରାଜକୁ ସଶକ୍ତିକରଣ ଏବଂ ଗ୍ରାମୀଣ କଲ୍ୟାଣ କାର୍ଯ୍ୟକ୍ରମର ଦକ୍ଷ ମନିଟରିଂ ମାଧ୍ୟମରେ ଗ୍ରାମାଞ୍ଚଳର ବିକାଶ ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଉଛି। ତେବେ ଗଞ୍ଜାମ ବ୍ଲକ ଅନ୍ତର୍ଗତ କାଇଁଚପୁର, ବେଲାଗୁଣ୍ଠା ବ୍ଲକ ଅନ୍ତର୍ଗତ ବଡ଼ବରସିଂ ଏବଂ ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପୋଡାମାରି। କାଇଁଚପୁର ଓଡ଼ିଶାରେ ଶ୍ରେଷ୍ଠ ବିକାଶ ଯୋଜନା ପାଇଥିବାବେଳେ ବଡ଼ବରସିଂକୁ ରାଜ୍ୟର ଶ୍ରେଷ୍ଠ ଶିଶୁ ଅନୁକୂଳ ଜିପି ଏବଂ ପୋଡାମାରି ନାନାଜୀ ଦେଶମୁଖ ରାଷ୍ଟ୍ରୀୟ ଗୌରବ ଗ୍ରାମସଭା ପୁରସ୍କାର ଜିତିଥିଲେ।