କୋରିଆ ଗସ୍ତ ପାଇଁ ଭାରତୀୟ ମହିଳା ହକି ଦଳରେ ୩ ଓଡ଼ିଆ

କଟକ : ଦକ୍ଷିଣ କୋରିଆର ଜିନ୍‌ଚୁନ ସହରରେ ଚଳିତମାସ ୨୦ରୁ ଘରୋଇ ଦକ୍ଷିଣ କୋରିଆ ମହିଳା ହକି ଦଳ ବିପକ୍ଷରେ ଭାରତୀୟ ମହିଳା ହକି ଦଳ ଏକ ୩ ମ୍ୟାଚ୍‌ର ସିରିଜ୍ ଖେଳିବ। ଏହି ସିରିଜ୍‌ ପାଇଁ ହକି ଇଣ୍ଡିଆ...

କଟକ : ଦକ୍ଷିଣ କୋରିଆର ଜିନ୍‌ଚୁନ ସହରରେ ଚଳିତମାସ ୨୦ରୁ ଘରୋଇ ଦକ୍ଷିଣ କୋରିଆ ମହିଳା ହକି ଦଳ ବିପକ୍ଷରେ ଭାରତୀୟ ମହିଳା ହକି ଦଳ ଏକ ୩ ମ୍ୟାଚ୍‌ର ସିରିଜ୍ ଖେଳିବ। ଏହି ସିରିଜ୍‌ ପାଇଁ ହକି ଇଣ୍ଡିଆ ଏକ ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ରାଣୀ ରାମପାଲ ଏହି ଗସ୍ତ ଲାଗି ଭାରତୀୟ ଦଳର ଅଧିନାୟିକା ନିଯୁକ୍ତ ହୋଇଛନ୍ତି। ଦଳରେ ୩ ଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ଦୁଇ ଅଭିଜ୍ଞ ଡିଫେଣ୍ଡର ସୁନିତା ଲାକ୍ରା ଓ ଦୀପ୍ ଗ୍ରେସ୍ ଏକ୍କା ଏବଂ ମିଡ୍‌ଫିଲ୍‌ଡର ଲିଲିମା ମିଞ୍ଜ୍। ଏହି ୩ ଓଡ଼ିଆ ଖେଳାଳି ବେଶ୍‌ କିଛି ବର୍ଷ ହେଲା ଭାରତୀୟ ଦଳ ପାଇଁ ଖେଳି ଆସୁଛନ୍ତି। ଗୋଲ୍‌ରକ୍ଷକ ସବିତା ଦଳର ଉପଅଧିନାୟିକା ନିଯୁକ୍ତ ହୋଇଛନ୍ତି। ଘରୋଇ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏହି ୩ ମ୍ୟାଚ୍‌ର ସିରିଜ୍ ମେ’ ୨୦, ୨୨ ଓ ୨୪ରେ ଖେଳାଯିବ। ଜାପାନର ହିରୋସିମାରେ ଆୟୋଜନ ହେବାକୁ ଥିବା ଏଫ୍‌ଆଇଏଚ୍ ମହିଳା ହକି ସିରିଜ୍ ଫାଇନାଲ୍‌ସ ପୂର୍ବରୁ ଭାରତୀୟ ଦଳକୁ ପ୍ରସ୍ତୁତ କରିବା ଲାଗି ଦକ୍ଷିଣ କୋରିଆ ଗସ୍ତର ଆୟୋଜନ କରାଯାଇଛି। ଏହି ଟୁର୍ଣ୍ଣାମେଣ୍ଟ ହିରୋସିମାରେ ଜୁନ୍ ୧୫ରୁ ୨୩ ପର୍ଯ୍ୟନ୍ତ ଖେଳାଯିବ। ଚଳିତବର୍ଷ ଭାରତୀୟ ମହିଳା ଦଳ ଜାନୁୟାରୀ-ଫେବୃୟାରୀରେ ସ୍ପେନ୍ ଗସ୍ତରେ ଯାଇଥିଲା। ସେଠାରେ ସ୍ପେନ୍ ଓ ଆୟରଲାଣ୍ଡ ବିପକ୍ଷରେ ଭାରତ ମୋଟ ୬ଟି ମ୍ୟାଚ୍ ଖେଳିଥିଲା। ଏଥିରେ ଥିଲା ୨ଟି ବିଜୟ, ୩ଟି ଡ୍ର ଓ ଗୋଟିଏ ପରାଜୟ। ପରେ ଏପ୍ରିଲରେ ଭାରତୀୟ ମହିଳା ହକି ଦଳ ମାଲେସିଆ ଗସ୍ତରେ ଯାଇଥିଲା। ଏହି ଗସ୍ତରେ ଥିବା ୫ଟି ମ୍ୟାଚ୍ ମଧ୍ୟରୁ ଭାରତ ୪ଟି ଜିତିଥିବା ବେଳେ ଗୋଟିଏ ଡ୍ର ରଖିଥିଲା। ମୁଖ୍ୟ ପ୍ରଶିକ୍ଷକ ସୋଏର୍ଡେ ମାରିଏନେଙ୍କ ତତ୍ତ୍ବାବଧାନରେ ଭାରତୀୟ ଦଳ କିଛିଦିନ ହେଲା ଶିବିରରେ ଭାଗ ନେଇଥିଲା। ସେହି ଶିବିରରୁ ଏହି ୧୮ ଜଣ ଖେଳାଳି ମନୋନୀତ ହୋଇଛନ୍ତି।

Spread the love
Categories
ସ୍ପୋର୍ଟସ

RELATED BY

  • ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ସମେତ ଅନ୍ୟାନ୍ୟ ପଦବୀ ପାଇଁ ଆବେଦନ ଆହ୍ଵାନ

    ନୂଆଦିଲ୍ଲୀ: ୨୦୧୯ ବିଶ୍ଵକପ୍‌ ସେମିଫାଇନାଲରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ(ବିସିସିଆଇ)ର ପ୍ରଶାସକ କମିଟି ପକ୍ଷରୁ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ଆବେଦନପତ୍ର ଆହ୍ଵାନ କରାଯାଇଛି। ଟିମ୍‌ ଇଣ୍ଡିଆ ପାଇଁ ମୁଖ୍ୟ କୋଚ୍‌, ବୋଲିଂ କୋଚ୍‌,...
  • ଆଇସିସି ବିଶ୍ୱକପ ଟିମରେ ରୋହିତ ଓ ବୁମ୍ରା

    ଲଣ୍ଡନ: ଆଇସିସି ବିଶ୍ୱକପର ଦ୍ୱାଦଶ ସଂସ୍କରଣ ପରେ ଆଇସିସି ତା’ର ବିଶ୍ୱକପ୍ ଟିମ୍ ଘୋଷଣା କରିଛି। ଏହି ଟିମରେ ଦୁଇଜଣ ଭାରତୀୟ ଖେଳାଳି ସ୍ଥାନ ପାଇଛନ୍ତି। ଭାରତ ପକ୍ଷରୁ ବିଶ୍ୱକପରେ ଚମତ୍କାର ଫର୍ମରେ ରହିଥିବା ରୋହିତ୍ ଶର୍ମା ଓ ଯଶପ୍ରୀତ...
  • ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଲା ଅଷ୍ଟ୍ରେଲିଆ

    ବର୍ମିଂଘମ୍: ଆଜି ବର୍ମିଂଘମରେ ଆଇସିସି କ୍ରିକେଟ ବିଶ୍ୱକପ ୨୦୧୯ର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଖେଳାଯାଉଛି । ଆଜିର ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ଅଷ୍ଟ୍ରେଲିଆ । ଆଜିର ମ୍ୟାଚରେ ବିଜୟ ହାସଲ କରି ଉଭୟ...
  • ଫାଇନାଲରୁ ବାଦ୍ ପଡିଲା ଭାରତ

    ମ୍ୟାଞ୍ଚେଷ୍ଟର୍: କୋଟି କୋଟି ଭାରତୀୟ ପ୍ରଶଂସକ ଆଶା ଆଶାରେ ହିଁ ରହିଗଲା। ଲଗାତାର ଭଲ ପ୍ରଦର୍ଶନ କରିଆସୁଥିବା ଟିମ୍ ଇଣ୍ଡିଆର ବିଶ୍ୱକପ୍ ଅଭିଯାନ ସେମିଫାଇନାଲରେ ଅଟକି ଯାଇଛି। ବୁଧବାର ଓଲ୍ଡ ଟ୍ରାଫର୍ଡରେ ଖେଳାଯାଇଥିବା ରୋମାଞ୍ଚକର ମୁକାବିଲାରେ ନ୍ୟୁଜିଲ୍ୟାଣ୍ଡ୍ ୧୮ ରନରେ...