ରାଜ୍ୟରେ ଆଉ ୩ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।ନୂତନ ଭାବେ କରୋନା ପଜିଟିଭ ଚିହ୍ନଟ ହୋଇଥବା ବ୍ୟକ୍ତିମାନେ ବାଲେଶ୍ୱର ଓ କଟକ ଜିଲ୍ଲାର ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବାଲେଶ୍ୱର ଜିଲ୍ଲାରୁ ୩ ଜଣ ଚିହ୍ନଟ ହୋଇଥିବା ବେ‌ଳେ କଟକ ଜିଲ୍ଲାରୁ ଜଣେ ଚିହ୍ନଟ ହୋଇଛନ୍ତି।  ବାଲେଶ୍ୱରର ଆକ୍ରାନ୍ତ  ୫୦ ବର୍ଷୀୟ ମହିଳା ଓ ୨୬ ବର୍ଷିଅ ଯୁବକ ପଶ୍ଚିମବଙ୍ଗରୁ ଫେରିଥିଲେ । କିନ୍ତୁ କଟକ ଜିଲ୍ଲାର ତିଗିରିଆ ଅଞ୍ଚଳର ୩୪ ବର୍ଷିଅ ଯୁବକ ସୁରତରୁ ଫେରିଥିଲେ ବୋଲି ଟୁଇଟ୍ କରି ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ । ରାଜ୍ୟରେ ଏ ପର୍ଯ୍ୟନ୍ତ ୪୪ ହଜାର ୬୬୩ଟି ଆରଟି ପିସିଆର ନମୁନା ପରୀକ୍ଷା ହୋଇଛି । ୧୬ଟି ଜିଲ୍ଲାରୁ ମୋଟ ୧୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।