ଏନକାଉଣ୍ଟରରେ ୩ ମାଓବାଦୀ ନିହତ, ଜଣେ ଯବାନ ଶହୀଦ

ରାଞ୍ଚି: ଝାଡ଼ଖଣ୍ଡର ବେଲଭା ଘାଟରେ ସୋମବାର ସକାଳେ ଯବାନ ଏବଂ ମାଓବାଦୀମାନଙ୍କ ମଧ୍ୟରେ ଏନକାଉଣ୍ଟର ଘଟିଛି। ଏଥିରେ ୩ ଜଣ ମାଓବାଦୀ ନିହତ ହୋଇଥିବା ବେଳେ ଜଣେ ଯବାନ ଶହୀଦ ହୋଇଛନ୍ତି। ସୋମବାର ଭୋର ସମୟରେ ୭ମ ବାଟାଲିୟନ ସିଆରପିଏଫ ଯବାନଙ୍କ ପକ୍ଷରୁ ବେଲଭା ଘାଟ ଜଙ୍ଗଲ ଅଞ୍ଚଳରେ ସ୍ବତନ୍ତ୍ର ଅପରେଶନ ଚାଲିଥିଲା। ସକାଳ ପ୍ରାୟ ୬ଟାରେ ଜଙ୍ଗଲର ଏକ ସ୍ଥାନରେ ମାଓବାଦୀଙ୍କ ସହ ଯବାନଙ୍କ ମୁହାଁମୁହିଁ ହୋଇଥିଲା। କିଛି ସମୟ ଧରି ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ଚାଲିଥିଲା। ଗୁଳିବିନିମୟ ବନ୍ଦ ହେବା ପରେ ଘଟଣାସ୍ଥଳରୁ ୩ ମାଓବାଦୀଙ୍କ ମୃତଦେହ ମିଳିଥିଲା। ସେଠାରୁ ଗୋଟିଏ ଏକେ-୪୭ ବନ୍ଧୁକ, ୩ଟି ମାଗାଜିନ୍‌ ଏବଂ ୪ଟି ପାଇପ୍‌ ବୋମା ଜବତ ହୋଇଛି। ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଇଛି।