ରାଜ୍ୟରେ ଆଉ ୩ କରୋନା ପଜିଟିଭ୍ ଚିହ୍ନଟ; ଆକ୍ରାନ୍ତଙ୍କ ସଂଖ୍ୟା ୮୨ରେ ପହଂଚିଲା

ଭୁବନେଶ୍ୱର: ଆଜି ରାଜ୍ୟରେ ପୁଣି ୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ନୂତନ ଭାବେ ଚିହ୍ନଟ ହୋଇଥିବା ସଂକ୍ରମିତ ବ୍ୟକ୍ତିମାନେ ଭଦ୍ରକ ଜିଲ୍ଲାର ବୋଲି କୁହାଯାଇଛି । ଏଥି ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୨ରେ ପହଂଚିଛି । ବିଗତ ୩ ଦିନ ମଧ୍ୟରେ ଭଦ୍ରକରୁ ୮ ଜଣ କରୋନା ଆକ୍ରାନ୍ତ ଓ ବାଲେଶ୍ୱରରୁ ୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଉତର ଓଡ଼ିଶାର ଲୋକଙ୍କର ଚିନ୍ତା ବଢ଼ିଛି ।