ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ କରି ଗିରଫ ହେଲେ ୩ ଯୁବକ

ସୁନ୍ଦରଗଡ: ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିବା ଅଭିଯୋଗରେ ସୁନ୍ଦରଗଡ ଜିଲ୍ଲା କୋଇଡା ଥାନା ପୋଲିସ ୩ ଯୁବକଙ୍କୁ ଗିରଫ କରିଛି ଗିର‍ଫ ଅଭିଯୁକ୍ତମାନେ ହେଲେ ପାପୁନ ବାରିକ (୨୬), ବିଜୁ ବାରିକ (୨୪) , ଦୁର୍ଗା ମହାକୁଡ (୨୨)।

ସୂଚନାଅନୁସାରେ, ଗତ ୧୬ ତାରିଖ ରାତିରେ ଯୁବତୀ ଜଣକ  ତାଙ୍କ ଘରେ ଶୋଇଥିଲେ। ଏହି ସମୟରେ ଏହି ତିନି ଜଣ ଯୁବକ ଯୁବତୀଙ୍କ ଘରକୁ ଆସିଥିଲେ। ତେବେ ଦୁଇ ଜଣ ଯୁବକ ଘର ବାହାରେ ଜଗି ଥିବା ବେଳେ ଆଉ ଜଣେ ଯୁବକ ଘର ଭିତରକୁ ଯାଇ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ।

ଯୁବତୀଜଣକ ପାଟି କରିବାରୁ ଘର ବାହାରେ ଜଗିଥିବା ଦୁଇ  ଯୁବକ ଭିତରକୁ ଯାଇ ଯୁବତୀଙ୍କ ତଂଟି ଚିପିଇବାକୁ ଉଦ୍ୟମ କରିଥିଲେ । ହେଲେ ଯୁବତୀଙ୍କ ପାଟି ଶୁଣି  ଗାଁ ଲୋକ ପହଂଚି ତାଙ୍କୁ ଉଦ୍ଧାର କରିଥିଲେ। ଏଥିସହ ୩  ଯୁବକଙ୍କୁ କାବୁ କରି ପୋଲିସ‌କୁ ଖବର ଦେଇଥିଲେ।