ଅମର, ସସ୍ମିତ ଓ ଅଶ୍ୱିନୀ ନିର୍ଦ୍ୱନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ

ଭୁବନେଶ୍ୱର : ରାଜ୍ୟସଭାକୁ ନିର୍ଦ୍ୱନ୍ଦରେ ନିର୍ବାଚିତ ହେଲେ ବିଜେଡିର ୨ ଓ ବିଜେପିର ଜଣେ ପ୍ରାର୍ଥୀ । ଏହି ୩ ପ୍ରାର୍ଥୀ ହେଲେ ବିଜେଡିର ସସ୍ମିତ ପାତ୍ର, ଅମର ପଟ୍ଟନାୟକ ଓ ବିଜେପିର ବିଜେଡି ସମର୍ଥୀତ ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବ । ଏହି ୩ଟି ଆସନ ପାଇଁ ୩ଟି ପ୍ରାର୍ଥୀ ରହିବାରୁ ସେମାନଙ୍କୁ ନିର୍ଦ୍ୱନ୍ଦରେ ନିର୍ବାଚିତ ଘୋଷଣା କରିଛନ୍ତି ରିଟର୍ଣ୍ଣିଂ ଅଫିସର ବିଷ୍ଣ ପ୍ରସାଦ ମିଶ୍ର । ବିଧାନସଭାରେ ବିଜେଡିର ୧୧୨ ସଦସ୍ୟ ଥିବାରୁ ନିର୍ବାଚନ ହୋଇଥିଲେ ବି ଏହାର ୨ ପ୍ରାର୍ଥୀ ରାଜ୍ୟସଭାକୁ ଯିବା ନିଶ୍ଚିତ ଥିଲା । ସେହିପରି ବିଜେପିର ଅଶ୍ୱିନୀ ବୈଷ୍ଣବଙ୍କୁ ମଧ୍ୟ ବିଜେଡି ସମର୍ଥନ କରୁଥିବାରୁ ସେ ମଧ୍ୟ ସହଜରେ ନିର୍ବାଚିତ ହୋଇଛନ୍ତି ।
ରାଜ୍ୟସଭା ସଦସ୍ୟ ସୌମ୍ୟରଞ୍ଜନ ପଟ୍ଟନାୟକ, ପ୍ରତାପ ଦେବ ଏବଂ ଅଚ୍ୟୁତ ସାମନ୍ତ ଗତ ସାଧାରଣ ନିର୍ବାଚନରେ ନିର୍ବାଚିତ ହେବା ପରେ ରାଜ୍ୟସଭା ସଭ୍ୟ ପଦରୁ ଇସ୍ତଫା ଦେଇଥିଲେ ଏବଂ ଏହା ଫଳରେ ୩ଟି ଆସନ ଖାଲି ପଡ଼ିଥିଲା। ନିକଟରେ ନିର୍ବାଚନ କମିସନଙ୍କ ପକ୍ଷରୁ ଏହି ୩ଟି ଆସନ ପାଇଁ ଉପନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଥିଲା।