ଜାତୀୟ ସାହାସିକତା ପୁରସ୍କାର-୨୦୧୯ ଘୋଷଣା: ଓଡ଼ିଶାରୁ ପାଇବେ ୩ ଜଣ ଝିଅ

ଭୁବନେଶ୍ୱର: ଆଜି ଜାତୀୟ ସାହାସିକତା ପୁରସ୍କାର-୨୦୧୮ ଘୋଷଣା ହୋଇଛି । ଏହି ପୁରସ୍କାରରେ ଓଡ଼ିଶାର ୩ ଜଣ ଝିଅ ସମ୍ମାନିତ ହେବେ ।

ଆସନ୍ତା ସାଧାରଣତନ୍ତ୍ର ଦିବସ ଅବସରରେ ୨୨ ଜଣ ପିଲାଙ୍କୁ ବିଭିନ୍ନ ବିଭାଗରେ ପୁରସ୍କାର ଦେଇ ସମ୍ମାନିତ କରାଯିବ । ଭାରତୀୟ ବାଲ କଲ୍ୟାଣ ପରିଷଦ ପକ୍ଷରୁ ଏହି ପୁରଷ୍କାର ଘୋଷଣା କରାଯାଇଛି। ୧୨ ରାଜ୍ୟର ୧୦ ଝିଅ ଓ ୧୨ ପୁଅଙ୍କୁ ବିଭିନ୍ନ ବର୍ଗରେ ସାହାସିକତା ପୁରଷ୍କାରରେ ସମ୍ମାନିତ କରାଯିବ । ଏହି ତାଲିକାରେ ଓଡିଶାରୁ ୩ ଜଣ ଝିଅ ସାମିଲ ହୋଇଛନ୍ତି। କେନ୍ଦ୍ରାପଡ଼ାର ପୂର୍ଣ୍ଣିମା ଗିରି ଓ ସବିତା ଗିରିଙ୍କୁ ଦ୍ରୁବ ପୁରସ୍କାର, ଅନୁଗୁଳର ଶ୍ରୀମତୀ ଭଦ୍ରାଙ୍କୁ ପ୍ରହ୍ଲାଦ ଜାତୀୟ ସାହସିକତା ପୁରସ୍କାର ମିଳିବ ।

କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ର ସବିତା ଗିରି ଓ ପୂର୍ଣ୍ଣିମା ଗିରି। ନିପାଣିଆ ଗ୍ରାମ ନିକଟ ଗଳିଆ ନଦୀରେ ହୁକିଟୁ ଲରୁବଣ ଭୋଜି ସାରି କୁଜଙ୍ଗ କୁ ଫେରିବା ବେଳେ ଡ଼ଙ୍ଗା ବୁଡି ଯିବାରୁ ୧୦ ଜଣ ମୃତ୍ୟୁବରଣ କରିଥିଲେ। ସେହି ସମୟରେ ଏହି ଦୁଇ ଭଉଣୀ ଦେବ ଦୂତ ସାଜି ୧୨ ଜଣଙ୍କ ଜୀବନ ବଂଚାଇଥିଲେ। ଏହି ସାହାସିକତା କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ସମ୍ମନ୍ନିତ ମଧ୍ୟ କରିଥିଲେ ଏବଂ ଅନୁଗୁଳର ଶ୍ରୀମତି ବଡ୍ରା ରେଳ ଦୁର୍ଘଟଣା ସମୟରେ ନିଜ ସାଙ୍ଗର ଜୀବନ ବଂଚାଇଥିଲେ ତେଣୁ ତାଙ୍କୁ ପ୍ରହ୍ଲାଦ ପୁରସ୍କାର ରେ ସମ୍ମାନିତ କରାଯିବ ।