ଜୁଲାଇ ୨୪ ନୁହେଁ, ଜୁନ୍ ୨୦ରେ ଆରମ୍ଭ ହେବ +୩ ଶେଷ ବର୍ଷ ପରୀକ୍ଷା

ଭୁବନେଶ୍ୱର : ରାଜ୍ୟର ସମସ୍ତ ବିଶ୍ୱ ବିଦ୍ୟାଳୟ ଅଧୀନରେ ଥିବା +୩ ମହା ବିଦ୍ୟାଳୟ ଏବଂ ସ୍ୱୟଂ ଶାସିତ ମହାବିଦ୍ୟାଳୟର +୩ ର ୬ଷ୍ଠ ସେମିଷ୍ଟାରର (ଫାଇନାଲ୍‌) ପରୀକ୍ଷା ଜୁନ ୨୦ ତାରିଖ ପରେ ଆରମ୍ଭ ହୋଇ ଜୁଲାଇ ୨୪ ତାରିଖ ସୁଦ୍ଧା ଶେଷ ହେବ ଏବଂ ପରୀକ୍ଷା ଫଳ ଅଗଷ୍ଟ ମାସ ୩୧ ତାରିଖ ସୁଦ୍ଧା ପ୍ରକାଶ ପାଇବ । ସେହିପରି ବିଶ୍ୱବିଦ୍ୟାଳୟ ଏବଂ ସ୍ୱୟଂ ଶାସିତ ମହାବିଦ୍ୟାଳୟର ସ୍ନାତକୋତର ଶ୍ରେଣୀର ଚତୁର୍ଥ ସେମିଷ୍ଟାର (ଫାଇନାଲ୍‌) ପରୀକ୍ଷା ଅଗଷ୍ଟ ୨୦ ତାରିଖ ସୁଦ୍ଧା ଶେଷ ହେବ ଏବଂ ପରୀକ୍ଷା ଫଳ ସେପ୍ଟେମ୍ବର ୨୦ ତାରିଖ ସୁଦ୍ଧା ପ୍ରକାଶ ପାଇବ ବୋଲି ରାଜ୍ୟର ସମସ୍ତ ବିଶ୍ୱ ବିଦ୍ୟାଳୟଗୁଡିକର କୁଳପତିମାନଙ୍କ ସହିତ ଭିଡିଓ କନ୍‌ଫରେନ୍‌ସ୍ ମାଧ୍ୟମରେ ଅନୁଷ୍ଠିତ ବୈଠକରେ ନିଷ୍ପତି ହୋଇଥିବା ସଂପର୍କରେ ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡଃ. ଅରୁଣ କୁମାର ସାହୁ କହିଛନ୍ତି ।

ଏଥି ସହିତ ମେ ୭ ତାରିଖଠାରୁ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ, ସ୍ୱୟଂ ଶାସିତ ମହାବିଦ୍ୟାଳୟ ପ୍ରଶାସନିକ କାର୍ଯ୍ୟ ସଂପାଦନ ନିମନ୍ତେ ଏକ ତୃତୀୟାଂଶ କର୍ମଚାରୀଙ୍କୁ ନେଇ ଖୋଲାଯିବା ପାଇଁ ନିଷ୍ପତି ନିଆଯାଇଛି । ତେବେ ପୂର୍ବରୁ ସବୁ କୁଳପତିମାନଙ୍କ ସହ ଆଲୋଚନା ପରେ ଶିକ୍ଷା ମନ୍ତ୍ରୀ ଶ୍ରୀ ଅରୁଣ ସାହୁ ଭୁଲ ରେ ଗଣ ମାଧ୍ୟମ ଆଗରେ ଜୁନ ୨୦ ପରିବର୍ତେ ଜୁଲାଇ ୨୪ କହିଥିଲେ ଯାହାକୁ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୁଧାରିଛି ।