୩ ଜିଲ୍ଲାରୁ ହଟିଲା ସଟ୍ ଡାଉନ୍

ଭୁବନେଶ୍ୱର: କରୋନା ଯୋଗୁଁ ରାଜ୍ୟର ୩ ଜିଲ୍ଲା ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ ଲାଗୁ ହୋଇଥିବା ୬୦ ଘଂଟିଆ ସଟ୍ ଡାଉନ୍ ଆଜି ହଟିଛି ।୩ ଟି ଜିଲ୍ଲାରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏପ୍ରିଲ୍ ୨୩ ରାତି ୧୦ଟାରୁ ୨୬ ତାରିଖ ସକାଳ ୧୦ଟା ଯାଏ ସମ୍ପୂର୍ଣ୍ଣ ବନ୍ଦ ଅର୍ଥାତ୍  ସଟ୍‌ ଡାଉନ୍ କରାଯାଇଥିଲା । ଆଜି ଏହି କଟକଣା ହଟିଛି । ଏହି ୩ଟି ଜିଲ୍ଲା କରୋନା ସ୍ଥିତି ଗମ୍ଭୀର ଥିବାରୁ ସେଠାରେ ଘରୁ ପଦାକୁ ବାହାରିବା ଉପରେ କଟକଣା ଲାଗିଥିଲା । ସମସ୍ତ ଅତ୍ୟାଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଆଯାଇଥିଲା ।