ଭୁଶୁଡିପଡ଼ିଲା ନିର୍ମାଣାଧୀନ ଛାତ: ୩ ମୃତ

ରାଜସ୍ଥାନ: ଯୋଧପୁରର ପ୍ରୁଥିପୁର ଅଞ୍ଚଳରେ ଛାତ ଭୁଶୁଡ଼ିପଡ଼ିବାରୁ ତିନିଜଣଙ୍କର ମୃତ୍ୟୁ ହୋଇଯାଇଛି।  ମିଳିଥିବା ସୂଚନା ମୁତାବକ ରାଜସ୍ଥାନର ଯୋଧପୁରରେ ଏକ ଘରର ଛାତ ନିର୍ମାଣ ହୋଇଥିଲା | କୌଣସି କାରଣବଶତଃ ଏହି ଛାତଟି ଭୁଶୁଡିପଡିଥିଲା। ଆଉ ଛାତତଳେ ୪ ଜଣ...

ରାଜସ୍ଥାନ: ଯୋଧପୁରର ପ୍ରୁଥିପୁର ଅଞ୍ଚଳରେ ଛାତ ଭୁଶୁଡ଼ିପଡ଼ିବାରୁ ତିନିଜଣଙ୍କର ମୃତ୍ୟୁ ହୋଇଯାଇଛି।  ମିଳିଥିବା ସୂଚନା ମୁତାବକ ରାଜସ୍ଥାନର ଯୋଧପୁରରେ ଏକ ଘରର ଛାତ ନିର୍ମାଣ ହୋଇଥିଲା | କୌଣସି କାରଣବଶତଃ ଏହି ଛାତଟି ଭୁଶୁଡିପଡିଥିଲା। ଆଉ ଛାତତଳେ ୪ ଜଣ ଚାପି ହୋଇରହିଯାଇଥିଲେ | ତେବେ ଏମାନଙ୍କ ମଧ୍ୟରୁ ୩ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା| ଏଥିରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି | ତାଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି |ତେବେ ବିଳମ୍ବିତ ରାତିରେ ଘଟଣା ଘଟିଥିବାରୁ ବିସ୍ତୃତ କାରଣ ବାବଦରେ ଜଣାପଡ଼ିନାହିଁ | ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି | ମୃତକମାନଙ୍କର ପରିଚୟ ମିଳିନଥିବାବେଳେ ଆହତଙ୍କର ଚିକିତ୍ସା ଜାରି ରହିଛି |

Spread the love
Categories
ଦେଶ-ବିଦେଶ

RELATED BY

  • ବିଧାୟକଙ୍କ ଘର ସମ୍ମୁଖରେ ବିସ୍ଫୋରଣ: ଜଣେ ମୃତ

    ବେଙ୍ଗାଲୁରୁ : କର୍ଣ୍ଣାଟକର ରାଜ୍ୟରାଜେଶ୍ବରୀ ନଗରରେ କଂଗ୍ରେସ ବିଧାୟକଙ୍କ ଘର ସମ୍ମୁଖରେ ଏକ ବିସ୍ଫୋରଣ ଘଟିଛି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନାଯୋଗ୍ୟ, ରବିବାର...
  • ବଦ୍ରିନାଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ଡେରାଡୁନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେଦାରନାଥର ଯାତ୍ରା ଶେଷ କରିବା ପରେ ଆଜି ସକାଳ ୧୦ଟାରେ ବଦ୍ରିନାଥରେ ପହଂଚିଥିଲେ ।ସେ କେଦାରନାଥର ଗୁମ୍ଫାରେ ପ୍ରାୟ ୧୭ ଘଣ୍ଟା ରହି ଆଜି ସକାଳେ ସେଠାରୁ ବାହାରିଥିଲେ। ଭଗବାନ ବିଷ୍ଣୁଙ୍କର ଆଶୀର୍ବାଦ ନେବା...
  • ଡିୟୁଟିରେ ଥିବା ତିନି ସରକାରୀ କର୍ମଚାରୀ ମୃତ

    ଶିମ୍‌ଲା: ନିର୍ବାଚନ ଡିୟୁଟି କରୁଥିବା ସମୟରେ ହିମାଚଳ ପ୍ରଦେଶରେ ଭିନ୍ନ ଭିନ୍ନ କାରଣରୁ ତିନି ଜଣ ସରକାରୀ କର୍ମଚାରୀଙ୍କର ମୃତ୍ୟୁ ଘଟିଛି ବୋଲି ରାଜ୍ୟର ଜଣେ ନିର୍ବାଚନ କର୍ମଚାରୀ କହିଛନ୍ତି। ମୃତ କର୍ମଚାରୀଙ୍କ ମଧ୍ୟରେ ଅଛନ୍ତି ଜନଜାତି ଅଧ୍ୟୁଷିତ କିନ୍ନୌର...
  • ପଶ୍ଚିମ ଓ ଦକ୍ଷିଣ ଭାରତର ୬ ରାଜ୍ୟରେ ମରୁଡ଼ି ଆଶଙ୍କା

    ନୂଆଦିଲ୍ଲୀ: ସମ୍ଭାବ୍ୟ ମରୁଡ଼ି ଆଶଙ୍କାରେ କେନ୍ଦ୍ର ସରକାର ୬ଟି ରାଜ୍ୟକୁ ପରାମର୍ଶବଳୀ ଜାରି କରିଛନ୍ତି। ଏହି ରାଜ୍ୟଗୁଡ଼ିକରେ ଜଳସ୍ତର ଚିନ୍ତାଜନକ ଭାବେ ହ୍ରାସ ପାଇବା ପରିପ୍ରେକ୍ଷୀରେ ଏଭଳି ପରାମର୍ଶବଳୀ ଜାରି କରାଯାଇଛି। କେନ୍ଦ୍ର ଜଳ ଆୟୋଗଙ୍କ ପକ୍ଷରୁ ସଦସ୍ୟ ଏସ୍‌.କେ...